ସେନାଙ୍କୁ ସୁରକ୍ଷା ଦେବ ରୋବର୍ଟ

0

ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟ ସେନା ସହିତ ରୋବର୍ଟ ବିପଦର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲାଣି। ନିକଟରେ ବୈଜ୍ଞାନିକ ଏକ ନୂତନ ତଥ୍ୟ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ରୋବର୍ଟ ପରିବେଶକୁ ସୁରକ୍ଷା ଦେବା ସହ ଶତ୍ରୁଙ୍କ ମୁକାବିଲା କରିବ ବୋଲି କୁହାଯାଇଛି । ଆମେରିକୀୟ ରିସର୍ଚ୍ଚ ଲାବ୍ରୋଟୋରୀ(ଏଆରଏଲ) ଓ କାର୍ନୋଗୀ ମିଲୋନ ବିଶ୍ୱବିଦ୍ୟାଳୟ ମିଳିତ ଉଦ୍ୟମରେ ଏକ ରୋବର୍ଟ୍‌କୁ ଏପରି ପ୍ରସ୍ତୁତ କରାଯାଉଛି, ଯାହା ସାହାଯ୍ୟରେ ଭାରତୀୟ ସୈନ୍ୟମାନଙ୍କୁ ସୁରକ୍ଷା ଦେବ। ଏଆରଏଲର ନୈଗୀ ବିଘ୍ନେଶ କହିଛନ୍ତି ଯେ, ଯଦି କିଛି ସୈନ୍ୟଙ୍କ ବଦଳରେ ରୋବର୍ଟ ସୁରକ୍ଷା ଦାୟିତ୍ୱଭାର ନେଇପାରିବେ ତେବେ ଜରୁରୀକାଳୀନ ପରିସ୍ଥିତିରେ ବିପଦ କମିବା ସହ ମାନବୀୟ କ୍ଷତିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଜରୁରୀକାଳିନରେ ରୋବର୍ଟଙ୍କୁ ସୈନ୍ୟଙ୍କ ସୁରକ୍ଷା ନିମନ୍ତେ ବ୍ୟବହାର କରି ଶତ୍ରୁ ଠାରୁ ରକ୍ଷା କରାଯାଇପାରିବ।

Leave A Reply

Your email address will not be published.