ପୁରୀ, ୨୮/୧୨ : ପୁରୀରେ ସେବାୟତ-ପୁଲିସ ବିବାଦ ତୀବ୍ର ହୋଇଛି । ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିଜ ଜିଦରେ ଅଟଳ ରହିଛନ୍ତିି ସେବାୟତ । ଏପରିକି ଆଜି ଶ୍ରୀମନ୍ଦିରର ଭିତର ଦ୍ୱାରକୁ ବି ବନ୍ଦ କରି ରଖିଥିବାରୁ ନୀତି ବିଳମ୍ବ ଓ ମହାପ୍ରଭୁ ଉପବାସ ରହିଛନ୍ତି । ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲା । ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ହେଲେ ସେବାୟତ ଏହାକୁ ବିରୋଧ କରିଥିଲେ । ଶ୍ରଦ୍ଧାଳୁ ଜଣକ ବିଦେଶୀ ନୁହନ୍ତି ବୋଲି ପରିଚୟ ଦେଇ ନ ପାରିବାରୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡି ନ ଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଅନ୍ୟପଟେ ବିବାଦ ପାଇଁ ମନ୍ଦିର ଦ୍ୱାର ନ ଖୋଲିବାରୁ ବାହାରେ ଅପେକ୍ଷା କରିଥିବା ଭକ୍ତମାନେ ଉତ୍ତେଜିତ ହୋଇ ବ୍ୟାରିକେଡ୍ ଭାବେ ମନ୍ଦିର ଭିତରକୁ ଧସେଇ ପଶିଥିଲେ । ଏହାକୁ ନେଇ ପୁଲିସ୍ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି । ଏଥିଯୋଗୁ ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସେବାୟତ ଓ ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି ।