ହାଇଦ୍ରାବାଦ, ୨୮/୧୨: ଅଡୁଆରେ ପଡ଼ିଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ହାଇଦ୍ରାବାଦ୍ ଜି ଏସ୍ ଟି କମିଶନରେଟ୍ ମହେଶଙ୍କ ନାଆଁରେ ଥିବା ଦୁଇ ବ୍ୟାଙ୍କ୍ ଖାତାକୁ ଆଟାଚ୍ କରି ଦେଇଛନ୍ତି । କୁହାଯାଉଛି ଯେ ୨୦୦୭-୦୮ ଆର୍ଥିକ ବର୍ଷରେ ମହେଶ ବାବୁ ସେବା କର ଦେଇ ନାହାଁନ୍ତି । ଏହି କାରଣରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହେଶଙ୍କ ଉପରେ ୧୮ ଲକ୍ଷ ୫୦ ହଜାର ଟଙ୍କାର କର ବକେୟା ଥିଲା । ସେ ବ୍ରାଣ୍ଡ ଆମ୍ବାସାଡର୍, ଉତ୍ପାଦର ପ୍ରମୋସନ୍ ଓ ବିଜ୍ଞାପନ ଆଦି ବାବଦରେ କୌଣସି କର ଦେଇ ନଥିଲେ । ଏହି କାରଣ ତାଙ୍କ ଉପରେ ଥିବା ବକେୟା ଟିକସ ଓ ତା’ର ସୁଧ ଓ ଆର୍ଥିକ ଦଣ୍ଡ ଆଦିକୁ ମିଶାଇ ମୋଟ୍ ୭୩ ଲକ୍ଷ୫୦ ହଜାର ଟଙ୍କା ଆଦାୟ କରାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଏଥିପାଇଁ ମହେଶ ବାବୁଙ୍କର ଆକ୍ସିସ୍ ବ୍ୟାଙ୍କ୍ ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ଖାତାରୁ ଏହି ଟଙ୍କା ନିଆଯାଇଥିବା ଜଣାଯାଇଛି ।