ସେଲଟର ହୋମ ମାମଲାରେ ମନ୍ତ୍ରୀ ମିଛ କାନ୍ଦଣା କାନ୍ଦୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୨/୧୨: ଢେଙ୍କାନାଳ ବେଲଟିକିରି ସେଲଟର ହୋମ ବିବାଦ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି। ବର୍ଷାଧିକ କାଳ ଜିଲ୍ଲା ପ୍ରଶାସନର ନାକ ତଳେ କିପରି ବେଆଇନ ଭାବେ ଏପରି ସମ୍ବେଦନଶୀଳ ସଂସ୍ଥା ଚାଲୁଥିଲା, ସେ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ମାମଲାରେ ବିଭାଗୀୟ ମନ୍ତ୍ରୀଙ୍କ ପଦକ୍ଷେପକୁ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ସେଲଟର ହୋମକୁ କିଏ ଅନୁମତି ଦେଇଥିଲା କହି ଇଙ୍ଗିତ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ପ୍ରଧାନ। ରାଜ୍ୟ ସରକାର ସମ୍ବେଦନ ହୀନ, କୁନ୍ଦୁଲି ଠାରୁ ଅନେକ ଘଟଣା ଘଟିଲାଣି। ଆଗାମୀ ଦିନରେ ଏହା ବିରୋଧରେ ଜନମତ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.