ସୋସିଆଲ ମିଡ଼ିଆରେ ଯୋଡ଼ିହେଲେ ରାଜ୍ୟପାଳ ଗଣେଶୀ ଲାଲ

0

ଭୁବନେଶ୍ୱର, ୨/୧: ନୂଆବର୍ଷ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଠିକଣା @GovernorOdisha ଏବଂ ଫେସବୁକର GovernorOdisha ମାଧ୍ୟମରେ ରାଜ୍ୟପାଳ ସାଧାରଣ ଜନତାଙ୍କ ସହିତ ଯୋଡ଼ି ହେବେ। ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରସଙ୍ଗରେ ସୂଚନା ଏହା ମାଧ୍ୟମରେ ମିଳିପାରିବ।
ଅଧିକରୁ ଅଧିକ ଜନସାଧାରଣ ଏଇ ଦୁଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯଥା ଫେସବୁକ୍ ଓ ଟୁଇଟର ମାଧ୍ୟମରେ ରାଜ୍ୟପାଳଙ୍କ ସହ ଯୋଡ଼ି ହେବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।
ପ୍ରକାଶ ଥାଉକି, ଏଣିକି କୌଣସି ସଂସ୍ଥା ବା ସଂଗଠନ ରାଜ୍ୟପାଳଙ୍କୁ ନିମନ୍ତ୍ରିତ କରିବାକୁ ଚାହିଁଲେ ଏଣିକି ଅନଲାଇନରେ ଆବେଦନ କରିପାରିବେ। ଗତକାଲି ନୂଆବର୍ଷ ଅବସରରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ବନ୍ଧିତ ପୋର୍ଟାଲର ଉନ୍ମୋଚନ ହୋଇଯାଇଥିଲା।

Leave A Reply

Your email address will not be published.