ସୋହରାବୁଦ୍ଦିନ ହତ୍ୟା ମାମଲା: ସବୁ ଅଭିଯୁକ୍ତ ଦୋଷମୁକ୍ତ

0

ନୂଆଦିଲ୍ଲୀ, ୨୧/୧୨ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ସୋହରାବୁଦ୍ଦିନ ଶେଖ, ତାଙ୍କ ପନିୀ କୌସର ବି ଏବଂ ସହଯୋଗୀ ତୁଳସୀ ପ୍ରଜାପତିଙ୍କ ଏନକାଉଣ୍ଟର ମାମଲାରେ ସମସ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷମୁକ୍ତ କରିଛନ୍ତି । ହତ୍ୟା ଏବଂ ଷଡଯନ୍ତ୍ରକୁ ପ୍ରମାଣ କରିବା ପାଇଁ ସାକ୍ଷୀ ଏବଂ ପ୍ରମାଣ ଯୁକ୍ତିଯୁକ୍ତ ନଥିବା ଦର୍ଶାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ଅଦାଲତ । ସୋହରାବୁଦ୍ଦିନଙ୍କ ହତ୍ୟା ଗୁଳି ବାଜିବାରୁ ହୋଇଥିଲେ ବି ଏହି ୨୨ ଜଣ ଆଭିଯୁକ୍ତ ତାଙ୍କ ଉପରେ ଗୁଳିଚଳାଇଥିବା ଅଦାଲତରେ ସାବ୍ୟସ୍ତ ହୋଇ ପାରିନଥିଲା । ଗୁଜୁରାଟର ଏହି ଚର୍ଚ୍ଚିତ ଏନକାଉଣ୍ଟର ମାମଲାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ସର୍ବମୋଟ ୩୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଶାହାଙ୍କ ବ୍ୟତିତ ଏହି ମାମଲାରେ ଅନେକ ବରିଷ୍ଠ ଆଇପିଏସ ଅଧିକାରୀ ଏବଂ ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ ଛ କି;ୁ ୨୦୧୪ ରୁ ୧୭ ମଧ୍ୟରେ ଏହି ୩୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅମିତ ଶାହା ଏବଂ ଡିଜି ବଞ୍ଜାରାଙ୍କ ସମେତ ୧୬ ଜଣଙ୍କୁ ପ୍ରମାଣ ଅଭାବ କାରଣରୁ ଦୋଷମୁକ୍ତ କରାଯାଇଥିଲା । ସିବିଆଇର କହିବା ଅନୁଯାୟୀ, ଆତଙ୍କବାଦୀଙ୍କ ସହ ଲିଙ୍କ ରଖୁଥିବା ସୋହରାବୁଦ୍ଦିନ, ତାର ପନିୀ କୌସର୍‌ ବି ଏବଂ ତୁଲସୀରାମଙ୍କୁ ଗୁଜୁରାଟ ପୋଲିସ ୨୦୦୫ ମସିହା ନଭେମ୍ବର ୨୨ ରେ ଏକ ବସ୍‌ ରୁ ହିଁ ଉଠାଇ ନେଇଥିଲେ । ଏହାର ୪ ଦିନ ପରେ ସୋହରାବୁଦ୍ଦିନ୍‌ଙ୍କୁ ଅହମ୍ମଦାବାଦଠାରେ ହତ୍ୟା କରାଯାଇଥିଲାଛ କୌସର ବି ହଠାତ ନିଖୋଜ ହୋଇଯାଇଥିଲେ ଏବଂ ୨୯ ତାରିଖରେ ବନସ୍କଣ୍ଠା ଜିଲ୍ଲାରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସିବିଆଇ ଅଭିଯୋଗ ଆଣିଥିଲାଛ ଏହାପରେ ଡିସେମ୍ବର ୨୭ରେ ତୁଲ୍‌ସୀରାମ୍‌ଙ୍କୁ ଗୁଜରାଟ-ରାଜସ୍ଥାନ ସୀମାରେ ଚାପିଠାରେ ଗୁଜରାଟ-ରାଜସ୍ଥାନ ପୁଲିସ୍‌ ମିଳିତଭାବରେ ଏନPାଉଣ୍ଟର କରିଥିବା ସିବିଆଇ ପକ୍ଷରୁ କୁହାଯାଇଥିଲା । ଏହି ମାମଲାର ତଦନ୍ତ ଗୁଜୁରାଟ ସିଆଇଡି ଦ୍ୱାରା ଆରମ୍ଭ ହୋଇଥିଲା ପରେ ୨୦୧୦ ମସିହାରେ ଏହାର ଦାୟୀତ୍ୱ ସିବିଆଇକୁ ଦିଆଯାଇଥିଲା । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହି ମାମଲାର ସୁଣାଣି ସମୟରେ ୨୧୦ ଜଣ ସାକ୍ଷୀଙ୍କ ମଧ୍ୟରୁ ୯୨ ସାକ୍ଷୀ ନିଜ ବୟାନ ବଦଳାଇଥିଲେ । ୨୦୧୭ ନଭେମ୍ବର ମାସରେ ଏହି କେସର ଶୁଣାଣି ଆରମ୍ଭ ହୋଇଥିଲା । ସିବିଆଇ ବିଚାରପତି ଏସ ଜେ ଶର୍ମା ଏହି ମାମଲାର ଶୁଣାଣି କରିଥିଲେ ।

Leave A Reply

Your email address will not be published.