ସୋହେଲା ଚାଷୀ ସମାବେଶରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

0

ସୋହେଲା,୨୧/୨: ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ। ଏଥିସହ ୨୫ଲକ୍ଷ ଟଙ୍କା ବ୍ୟୟରେ ହଳଧରନାଗ ସମ୍ବଲପୁରୀ କୋଶଳି ଭାଷା ଗବେଷଣା କେନ୍ଦ୍ରର ଶିଳାନ୍ୟାସ, ୪୫୫କୋଟିର ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ, ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ହେବା ଆଦି ପ୍ରମୁଖ ଘୋଷଣା କରିଥିଲେ।

ଆପଣମାନେ କାଳିଆ ଯୋଜନା ସଂପର୍କରେ ଜାଣିଛନ୍ତି। ଏହି ଯୋଜନା ସାରା ଦେଶର ଚାଷୀଙ୍କୁ ବାଟ ଦେଖାଇଛି। ଭାଗଚାଷୀ, ଭୁମିହୀନ, କୃଷୀ, ଶ୍ରମିକ ସମସ୍ତଙ୍କ ସୁବିଧାପାଇଁ କାଳିଆ ଯୋଜନା କରାଯାଇଛି। କେହି ଜଣେ ବି ଚାଷୀ ଏହି ଯୋଜନାରୁ ବଂଚିତ ହୋଇ ରହିବେ ନାହିଁ ତା ଉପରେ ମୋର ନଜର ରହିଛି। କାଳିଆ ଛାତ୍ର ବୃତ୍ତି ଯୋଜନା ପ୍ରଚଳନ କରାଯାଇଛି। ପିଲାଙ୍କୁ ଭଲ ପାଠ ପଢାନ୍ତୁ। ସେମାନଙ୍କୁ ଡାକ୍ତର ଇଂଜିନିଅର କରି ଗଢି ତୋଳନ୍ତୁ। ରାଜ୍ୟ ସରକାର ସମସ୍ତ ସାହାର୍ଯ୍ୟ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ମହିଳା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ, କେନ୍ଦ୍ର ସରକାରଙ୍କ କିଶାନ ଯୋଜନା କଥା ଆପଣ ମାନେ ଜାଣନ୍ତି। ଏଥିରେ ଛୋଟ ଚାଷୀ, ଭୁମିହିନ ଚାଷୀ ମାନଙ୍କ ପାଇଁ କିଛି ସୁବିଧା ନାହିଁ । ଏଥିଯୋଗୁ ମୁଁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇ ସେମାନଙ୍କ ହକ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି। କିଛି ଲୋକ ବନ୍ଦ ପାଳନ କରିଥିଲେ ହେଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହି ଅବସରରେ ଅଞ୍ଚଳର ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ନିତୀଶ ଚନ୍ଦ୍ର ଆଚାର୍ଯ୍ୟ, ସୁନ୍ଦରଗଡ ଜିଲାରୁ ଦୁର୍ଗାମାଧବ ପଣ୍ଡା, ବଲାଙ୍ଗିର ଜିଲାରୁ ଅଚୁତ ପୁରୋହିତ, ସମ୍ବଲପୁରରୁ ଗୁଣରଂଜନ ସାଲିମା ଓ ବରଗଡ ଜିଲାରୁ ନିତୀଶ ଚନ୍ଦ୍ର ଆଚାର୍ଯ୍ୟ ଓ ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ା କାର୍ଯ୍ୟକ୍ରମରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଏମ୍‌ପି ପ୍ରଭାସ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ , ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ସମ୍ବଲପୁର ବିଧାୟିକା ରାଶେସ୍ବରୀ ପାଣିଗ୍ରାହୀ, ବିଧାୟକ ନିରଂଜନ ପୁଝାରୀ, ପୁଷ୍ପେନ୍ଦ୍ର ସିଦେଓ, ଯୋଗେନ୍ଦ୍ର ବେହେରା, ଟୁକୁନୀ ସାହୁ, ବିଜେଡି ଜିଲା ସଭାପତି ବିଜୟ ରଂଜନ ସିଂ ବରିହା ପ୍ରମୁଖ ତଥା ପଶ୍ଚିମ ଓଡିଶାର ବହୁ ନେତା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ସମାବେଶରେ ଦେଢଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.