କଦଳୀର ବହୁ ଔଷଧୀୟ ଗୁଣ ରହିଛି । ସ୍ୱାସ୍ଥ୍ୟ ପ୍ରତି ଏହା ଲାଭଦାୟକ ହେବା ସହିତ ସୋନ୍ଦର୍ଯ୍ୟ ବର୍ଦ୍ଧକ ମଧ୍ୟ । ବହୁ ବିୟୁଟିସିଆନ୍ କଦଳୀକୁ ଫେସ୍ ମାସ୍କ ଭାବେ ବ୍ୟବାହର କରିବାକୁ ପରାମର୍ଶ ଦିଅନ୍ତି । ତେବେ ଆସ;ୁ ଜାଣିବା ଏହି ସୌନ୍ଦର୍ଯ୍ୟ ବର୍ଦ୍ଧକ କଦଳୀ ବିଷୟରେ…
* ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧଘଣ୍ଟା ପରେ ମୁହଁ ଧୋଇଦେବା ଦ୍ୱାରା ଏହା ତ୍ୱଚାର ଔଜ୍ଜ୍ୱଲ୍ୟତାକୁ ବାଇଥାଏ ।
* ପାଚିଲା କଦଳୀରେ ଥିବା ଭିଟାମିନ୍ ସି’ ମୁହଁର କଳାଦାଗ ସହ ବ୍ରଣକୁ ମଧ୍ୟ ଦୂରେଇ ଦେଇଥାଏ ।
* ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ, ଏକ ଚାମଚ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କର;ୁ ଏବଂ ତାହାକୁ ମୁଖରେ ଲଗାଇ ଅଧ ଘଣ୍ଟାପରେ ଧୋଇଦିଅ;ୁ । ଦେଖିବେ ମୁହଁର ଚମକ ଫେରି ଆସିବ ।
* କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ ଯାହା ତ୍ୱଚାକୁ ପୋଷଣ ଶକ୍ତିକୁ ବାଇଥାଏ ।
* ଅସମୟରେ ତ୍ୱଚା କୁଞ୍ଚନ ହେବାରୁ ବି ଏହା ରକ୍ଷା କରିଥାଏ ।
* ଏହାକୁ କେଶରେ ମଧ୍ୟ ବ୍ୟବହାର କରିପାରିବେ । ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କର;ୁ ଏହି ପେଷ୍ଟକୁ କେଶର ମୂଳରେ ମାଲିସ କର;ୁ । ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅ;ୁ । ଏହା କେଶକୁ ସଫା କରିଥାଏ ।
Prev Post
Next Post