ସ୍କୁଟର ବୋହୁଛି ୨୪ ଟନ୍ ଧାନ : ଦୁର୍ନୀତି ସୀମା ବାହାରେ

0

ବରଗଡ଼,୧୭/୧୧ : ବରଗଡ଼ ଜିଲ୍ଲାରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ଚାଲିଛି। ହଜାର ହଜାର ଟନ୍ ଧାନ ହଡ଼ପ୍ ହେଉଛି। ଧାନ ଚାଲାଣ ପାଇଁ ବେନାମୀ ଗାଡ଼ି ବ୍ୟବହାର ହେଉଛି। ଏପରିକି ଭଂଗା ଦଦରା ସ୍କୁଟରର ରେଜି‌ଷ୍ଟ୍ରେସନ ନମ୍ବରକୁ ଭାରି ଯାନ‌ ବୋଲି ଦର୍ଶାଯାଉଛି। ଅର୍ଥାତ ରେକର୍ଡ ଅନୁସାରେ ୨୫ବର୍ଷର ପୁରୁଣା ସ୍କୁଟରରେ ୨୪ ଟନ୍ ଧାନ ବୋହିବା ବି ନଜିର ରହିଛି। ସରସରା ସମବାୟ ସମିତିରେ ଗତ ମେ’ ୩୦ରେ ଟିପି ନମ୍ବର ୭୬୨ରେ ଓଆର ୧୭ଜି ୮୫୧୯ରେ ୨୨ଟନ ଧାନ ମିଲକୁ ଯାଇଛି। କିନ୍ତୁ ବାସ୍ତବରେ ଏହି ନମ୍ବର ଗୋଟିଏ ଷ୍ଟାର ସିଟି ମୋଟର୍ ସାଇକେଲର।

ସେହିପରି ଗୋବିନ୍ଦପୁର ସମବାୟ ସମିତିରେ ୧୭/୫ରେ ଟିପି ନମ୍ବର ୯୧ରେ ଓଆର ୧୫ଏଲ ୩୫୮୮ ଗାଡ଼ିରେ ୨୩ ଟନ୍ ଧାନ ଏବଂ ଅଡ଼ଗାଁ ସମବାୟ ସମିତିରୁ ୧୬/୫ରେ ଟିପି ନମ୍ବର ୮୨ ଓଆର୍ ୧୭ବି ୪୫୭୧ ଗାଡ଼ିରେ ୨୨ଟନ୍ ଏବଂ କୁମ୍ଭାରୀ ସମବାୟ ସମିତିରୁ ୨୪/୫ରେ ଟିପି ନମ୍ବର ୬୯ରେ ଓଆର୍ ୧୫ଏ ୪୦୪୯ ନମ୍ବର ବିଶିଷ୍ଟ ଗାଡ଼ିରେ ୨୪.୨ ଟନ୍ ଧାନ ମିଲକୁ ପଠାଯାଇଛି। କିନ୍ତୁ ଉପରୋକ୍ତ ଦୁଇଟି ଗାଡ଼ି ନମ୍ବର ମଧ୍ୟରୁ ପ୍ରଥମଟି ହେଲା ସ୍କୁଟିର ଏବଂ ଅନ୍ୟଟି ଗୋଟିଏ ସ୍କୁଟରର। ତେଣୁ ଦୁଇ ଚକିଆ ଗାଡ଼ିରେ ଏତିକି ମାତ୍ରାରେ ଧାନ କିଭଳି ଚାଲାଣ ହେଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଅନୁଷ୍ଠାନ ‘ଫର୍’ ସଭାପତି ଇଂ. ଦେବବ୍ରତ ମିଶ୍ର ପ୍ରଶ୍ନ କରିଛନ୍ତି। ତଥ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ, ୨୦୧୮-୧୯ ରବି ଧାନ କିଣାରେ ଏଭଳି କାରସାଦି କରି ଶହେ କୋଟିରୁ ଅଧିକ ଟଙ୍କା ହଡ଼ପ୍‌ ହୋଇଛି।

Leave A Reply

Your email address will not be published.