ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି : ଇଂରାଜୀ, ଗଣିତ ଓ ବିଜ୍ଞାନକୁ ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ

0

ଭୁବନେଶ୍ୱର,୧୩/୮: ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ବିଷୟକୁ ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ। ସମ୍ପୃକ୍ତ ୩ଟି ବିଷୟରେ ପିଲା କମ୍‌ ନମ୍ବର ରଖୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପାଇଲଟ ବେସିସ୍‌ରେ ଜିଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯାଇ ଉକ୍ତ ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ପରେ ଏହି ବ୍ୟବସ୍ଥାକୁ ବ୍ଲକସ୍ତରରେ ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.