ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ନୟାଗଡ଼,୨୮/୧୨: ନୟାଗଡ଼ ଜିଲା ଗଣିଆ ଥାନା ଆଡ଼କଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମର ସ୍ବାମୀ ସୂର୍ଯ୍ୟମଣି ସାହୁ(୪୦)ଙ୍କ ଟାଙ୍ଗିଆ ଚୋଟରେ ଶୁକ୍ରବାର ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶୋଭାବଳୀ ସାହୁ(୩୫) ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।