ସ୍ମାର୍ଟ ଟି-ସାର୍ଟ

0

କୋରିୟନ୍‌ କମ୍ପାନୀ ସାମସଙ୍ଗ ଏପରି ପୋଷାକ ପ୍ରସ୍ତୁତ କରିଛି ଯାହାକୁ ପିନ୍ଧିବାଦ୍ୱାରା ରୋଗ କ’ଣ ହୋଇଛି ଜଣାପଡିବ । ପୋଷାକଟି ବିଶେଷତଃ ଆଜ୍‌ମା, ନିମୋନିଆ ତଥା ଶ୍ୱାସନଳୀଜନିତ ଯେକୌଣସି ରୋଗ ହେଲେ ପୂର୍ବରୁ ସୂଚାଇବାରେ ସହାୟକ ହେବ । ପୋଷାକରେ ଲାଗିଥିବା ସେନ୍‌ସର ଶରୀରର ପରିବର୍ତ୍ତିତ କ୍ରିୟାକୁ ମୋବାଇଲ୍‌ରେ ମାଧ୍ୟମରେ ସୂଚାଇବ । ଏହି ପ୍ରକ୍ରିୟାରେ ଆଗରୁ ହୋଇଥିବା ରୋଗୀକୁ ମଧ୍ୟ ସୂଚାଇଦେବ । ଯାଞ୍ଚ ପୂର୍ବରୁ ରୋଗୀକୁ ବୟସ, ଲିଙ୍ଗ, ଓଜନ ଓ ଲମ୍ବର ସମସ୍ତ ଡାଟା ମିଳିପାରିବ । ରୋଗ ସାମାନ୍ୟ ଅବସ୍ଥାରେ ହେଉ ଅବା ଗମ୍ଭୀର ଲକ୍ଷଣରୁ ହିଁ ରୋଗୀକୁ ପରାମର୍ଶ ଦେଇପାରିବ । ବଜାରରେ ଖୁବ୍‌ ଶୀଘ୍ର ଟି-ସାର୍ଟ ବିକ୍ରି ଆରମ୍ଭ ହେବ । କେବଳ ସାର୍ଟ କି ଟି-ସାର୍ଟ ନୁହେଁ ଭିନ୍ନ ଭିନ୍ନ ଭେରାଇଟିର ସେନ୍‌ସର ବ୍ୟବହାର କରାଯାଇଛି । କମ୍ପାନୀ ମୁଖ୍ୟଙ୍କ ମତରେ, ଏହି ପୋଷାକ ସଙ୍ଗେ ସଙ୍ଗେ ରୋଗର କାରଣ ଜଣାଇବା ସହ ଛୋଟ ପିଲା ଓ ଖେଳାଳିମାନଙ୍କ ପାଇଁ ଏହା ଉପାଦାୟୀ ହୋଇପାରିବ ।

Leave A Reply

Your email address will not be published.