ଆମେରିକୀୟ କମ୍ପାନି ଏଟ୍ ସ୍ଲିପ୍ର ‘ଦ ପାଣ୍ଡ’ ନାମକ ଏକ ସ୍ମାର୍ଟ ବେଡ୍ ପ୍ରସ୍ତୁତ କରାଯାଇଛି ଯାହା ବ୍ୟବହାରକାରୀଙ୍କ ନିଦ୍ରାକୁ ସୁଖଦ କରିପାରିବ । ଏହି ବେଡ୍ଟି ରାତିସାରା ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ରାତିସାରା ଶରୀରର ତାପମାତ୍ରା ବଦଳୁଥାଏ ଏହି ବେଡ୍ ପରିବର୍ତ୍ତିତ ତାପକୁ ନିୟନ୍ତ୍ରଣ କରିବାରେ ବହୁ ଉପାଦାୟୀ ହୋଇଥାଏ । ‘ଦ ପାଣ୍ଡ’ ଏଆଇ ଓ ବାୟୋଫିଡବୈକ ସେନ୍ସର ଜରିଆରେ ୫୫ଂ-୧୧୫ଂ ଫାରେନ୍ହାଇଟ୍ ମଧ୍ୟରେ ସବୁଠାରୁ ଉପଯୁକ୍ତ ତାପମାନ ନିର୍ଦ୍ଧାରିତ କରିଛି । ଏହାର ମୂଲ୍ୟ ୧ଲକ୍ଷ ୪୨ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଏହାକୁ ସ୍ମାର୍ଟ ହୋମ୍ ପ୍ରଡକଫ ଆମାଜନ୍ ଏଲେକ୍ସା ଓ ଫିଲି« ଲାଇଟ୍ ବଲବ୍ରେ ସଂଯୋଗ କରାଯିବ । ବଜାରରେ ସ୍ମାର୍ଟ ବେଡ୍ ଓ ବେଡ୍ କଭର୍ ବିକ୍ରି ହେଉଛି । ଯାହା ଆବଶ୍ୟକ ଅନୁସାରେ ତାପମାନରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ । ବେଡ୍ର ସବୁ ପାଖରେ ଭିନ୍ନ ଭିନ୍ନ ତାପମାନ ନିୟନ୍ତ୍ରଣ ମେଶିନ୍ ଖଞ୍ଜା ଯାଇଛି । ପାଣ୍ଡ ସାହାଯ୍ୟରେ ରାତିସାରା ନିଜ ତାପମାତ୍ରା ଅନୁଯାୟୀ ବେଡ୍ ତାପମାତ୍ରା ବ୍ୟବସ୍ଥିତ କରାଯାଇ ସୁଖ ନିଦ୍ରା ଲାଭ କରାଯାଇପାରିବ । ତାପମାତ୍ରା ବଢିଗଲେ ନିଦ ନଭାଙ୍ଗିବା ପାଇଁ ସେଥିରେ ଥର୍ମଲ୍ ଅଲାର୍ମର ସୁବିଧା ରହିଛି ଯାହା ତାପମାନ କମ୍ କରି ବେଡ୍କୁ ଥଣ୍ଡା ରଖିବ । ବେଡ୍ଟି ୱାଇଫାଇର ସଂଯୋଗ ଦ୍ୱାରା କମ୍ପୁ୍ୟଟରରେ ପରିଚାଳିତ ହୋଇପାରିବ । ରୁମ୍ର ତାପମାତ୍ରା ଥଣ୍ଡା କରିବା ପାଇଁ ୱାଟର ଟ୍ୟାଙ୍କ ମଧ୍ୟ ଏହି ଡିଭାଇସ୍ର ଅଂଶବିଶେଷ ହେବ ।