ସ୍ୱଚ୍ଛ ନଦୀ

0

ଭାରତରେ ପ୍ରବାହିତ ହେଉଥିବା ନଦୀମାନଙ୍କ ମଧ୍ୟରୁ କେଉଁ ନଦୀ ଦୂଷିତ ହୋଇଗଲାଣି ସେ ବିଷୟରେ ଅନେକ ଖବର ଶୁଣିବାକୁ ମିଳୁଛି। କି;ୁ କେବେ ଶୁଣିଛନ୍ତି ଆମ ଦେଶରେ ଏପରି ବି ନଦୀ ଅଛି ଯାହାର ପାଣି କ୍ରିଷ୍ଟଲ ପରି ସଫା । ନଦୀର ପାଣି ଏତେ ସଫା ଯେ, ନଦୀ ଗର୍ଭରେ ଥିବା ପ୍ରତ୍ୟେକଟି ଜିନିଷ ସ୍ପଷ୍ଟ ଭାବେ ଦେଖାଯାଏ । ଏହି ନଦୀର ନାମ ହେଉଛି ଉମନ୍‌ଗୋଟ୍‌ ନଦୀ, ଯାହା ମେଘାଳୟର ରାଜଧାନୀ ସିଂହଳଠାରୁ ୯୫କିଲୋମିଟର ଦୂର ଡାବକି ପ୍ରାନ୍ତ ଦେଇ ଯାଇଛି । ସେଠାକାର ଲୋକମାନେ ନଦୀର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ସାମାନ୍ୟ ଅଳିଆ ଆବର୍ଜନା ନଦୀ କିମ୍ବା ନଦୀର ଆଖପାଖ ଅଞ୍ଚଳରେ ଦେଖାଯାଏ ନାହିଁ । ଡଙ୍ଗାରେ ବସି ନଦୀ ପାର ହେଉଥିବା ବ୍ୟକ୍ତି ନିଶ୍ଚୟ ଭାବିବ ଯେ, ସେ ଜଳାଶୟରେ ନୁହଁ ବରଂ କାଚର ଏକ ପାରଦର୍ଶୀ ଖଣ୍ଡ ଉପରେ ପହଁରୁଛି । ଏହି ନଦୀ ବାଙ୍ଗଲାଦେଶ-ଭାରତ ମଧ୍ୟ ଦେଇ ପ୍ରବାହିତ । ନଦୀର ତଳଭାଗରେ ଆଚ୍ଛାଦିତ ହୋଇଥିବା ଗୋଲ ପଥର ସ୍ପଷ୍ଟ ଦୃଶ୍ୟାୟମାନ ହେବ । କାହିଁ କେତେ ବର୍ଷରୁ ଉମନଗୋଟ୍‌ ନଦୀର ଜଳ ସ୍ୱଚ୍ଛ ଓ ନିର୍ମଳ । ଇଂରେଜ୍‌ମାନେ ଏହି ନଦୀ ଉପରେ ଏକ ବ୍ରିଜ୍‌ ନିର୍ମାଣ କରିଥିଲେ । ଏହି ନଦୀରୁ ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ । ପ୍ରାକୃତିକ ପରିବେଶକୁ ଭଲପାଉଥିବା ବ୍ୟକ୍ତି ମେଘାଳୟରେ ଥିବା ଉମନ୍‌ଗୋଟ୍‌ ନଦୀକୁ ନିଶ୍ଚୟ ବୁଲିଆସିବେ ।

Leave A Reply

Your email address will not be published.