ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣ କର : ମୋହନ ଭାଗବତ

0

ନାଗପୁର,୨୫/୧୧ : ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ଶିବ ସେନା ପକ୍ଷରୁ ଦାବି କରାଯାଇଛି । ଏମାନଙ୍କ ସହ ସ୍ୱର ମିଳାଇଛି ରାଷ୍ଟ୍ରୀୟ ସ୍ୱସଂ ସେବକ ସଂଘର ସର ସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ଏହାର ଯଥାଶୀଘ୍ର ରାୟ ଆସିବା ଉଚିତ, କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାକୁ ଅଗ୍ରାଧିକାର ଦେଉନାହାନ୍ତି । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ ।
ସେ ମଧ୍ୟ ମୋଦି ସରକାରଙ୍କୁ ଆଇନ ପ୍ରଣୟନ କରି ମନ୍ଦିର ନିର୍ମାଣ ଆରମ୍ଭ କରିଦେବା ଉଚିତ । ସାଧାରଣ ଲୋକ ମଧ୍ୟ ଏଥିପାଇଁ ଆଗେଇ ଆସିବା ଉଚିତ ।
ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମ ସଭା ଶେଷ ହୋଇଛି । ଏଥିରେ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମି ନିକଟରେ ଯଥାଶୀଘ୍ର ମନ୍ଦିର ନିର୍ମାଣ ପାଇଁ ପରିଷଦ ଓ ସାଧୁସନ୍ୟାସୀମାନେ ଚେତାବନୀ ଶୁଣାଇଛନ୍ତି । ଏହି ସଭାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଯୋଜନା ଓ ରଣକୌଶଳ ସଂପର୍କରେ ଆଲୋଚନା ହୋଇଛି । ସଂପୂର୍ଣ୍ଣ ବିବାଦୀୟ ଜମିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର ପାଇଁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.