ସ୍ୱାମୀଙ୍କୁ ହାତମୁଠାରେ ରଖନ୍ତି ଏହି ରାଶିର ମହିଳା

0

ଭୁବନେଶ୍ୱର,୨୮/୨: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ସ୍ଵାମୀମାନଙ୍କୁ ନିୟନ୍ତ୍ରଣରେ ରଖିବାର କଳା ଭରପୁର ହୋଇ ରହିଥାଏ ଏହି ରାଶିର ମହିଳାଙ୍କ ପାଖରେ । ସବୁ ମହିଳା ସେପରି ହୋଇନଥିଲେ ମଧ୍ୟ କେତେକ ମହିଳାଙ୍କ ରାଶି ଅନୁସାରେ ସେମାନେ ପାଟି ସହିତ ପୁରା ଘରାନାଙ୍କୁ ନିଜ ଅଧୀନରେ ରଖିଥାନ୍ତି । ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ନିଜ ସ୍ଵାମୀମାନଙ୍କୁ ନିଜ ଅଧୀନରେ ରଖିଥାନ୍ତି …

ବୃଷ : ଏହି ରାଶିର ମହିଳାମାନେ ସ୍ୱଭାବରେ ବହୁତ ଶାନ୍ତ ଓ ସାହସୀ ହୋଇଥାନ୍ତି । ସବୁ ପରିସ୍ଥିତିକୁ ସାମ୍ନା କରିବା ସହିତ କାହା ଆଗରେ ମୁଣ୍ଡ ନୁଆଁଇବାକୁ ଏମାନେ ପସନ୍ଦ କରିନଥାନ୍ତି । ଏହି ଗୁଣ ପାଇଁ ସେମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି ।
କର୍କଟ: ଏମାନେ ଟିକେ ରାଗୀ ପ୍ରକୃତିର ହୋଇଥାନ୍ତି । କୌଣସି ଭୁଲ୍‌କୁ ଏମାନେ ସହଜରେ କ୍ଷମା କରି ନ ଥାନ୍ତି । ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି । ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖିବାର କଳା ଖୁବ ଆସିଥାଏ ।

ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ । ମଧୁର କଥା କହି ନିଜ ସ୍ୱାମୀଙ୍କୁ ପ୍ରତ୍ୟେକ କଥାରେ ରାଜି କରାଇଦିଅନ୍ତି ସିଂହ ରାଶିର ମହିଳା ।

ବିଛା: ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି । କେବଳ ଏହି କାରଣରୁ ଏହି ରାଶିର ମହିଳା ବେଶୀ ଲୋକଙ୍କ ସହିତ ଆଗୁଆ ମିଶିପାରନ୍ତି ନାହିଁ ଓ କାହା ଉପରେ ବହୁତ ଜଲଦି ଭରଷା କରନ୍ତି ନାହିଁ । ଏମାନେ ନିଜ ଘର ସହିତ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ତାହା ଭଲ ଭାବେ ଜାଣିଥାନ୍ତି ।

ମକର: ନେତୃତ୍ୱ ନେବାକୁ ପସନ୍ଦ କରନ୍ତି ଏହି ରାଶିର ମହିଳା । ଏମାନେ ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି । ଯଦି ଏପରି ସାଥୀ ମିଳିଯାନ୍ତି ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଆରମ୍ଭ କରିଦିଅନ୍ତି ।

Leave A Reply

Your email address will not be published.