ଜୀବନକୁ ରଙ୍ଗୀନ୍ କରିବାକୁ ସମସ୍ତେ ଭଲପାଆନ୍ତି । ତେଣୁ ସ୍ୱାସ୍ଥ୍ୟ ଭିନ୍ନ ଭିନ୍ନ ରଙ୍ଗଦ୍ୱାରା ଖୁବ୍ ପ୍ରଭାବିତ ହୋଇଥାଏ । ଗବେଷଣା ଅନୁସାରେ ଫଳ ଓ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଭିନ୍ନ ଭିନ୍ନ ରଙ୍ଗର ଫଳ ଓ ପନିପରିବା ଖାଇବାଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେଥିରେ ଥିବା ପୋଷକ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ସୁସ୍ଥ ରଖିଥାଏ ।
ଫଳ ଓ ପନିପରିବାରେ ଥିବା ପୋଷକତତ୍ତ୍ୱ
ଲାଲ୍- ଲାଲ ରଙ୍ଗର ଫଳ ଓ ପନିପରିବା ଯେପରିକି ବିଲାତି, ସେଓ, ଗାଜର, ତରଭୁଜ, ଷ୍ଟ୍ରବେରୀ, ପିଆଜ ଇତ୍ୟାଦିରେ ଲାଇକୋପିନ୍, ଇଲେଗିକ୍ ଏସିଡ୍, କେ୍ୱରସିଟୀନ୍ ଓ ହେସ୍ପିରୀଡିନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଏହା ଶରୀରରେ କର୍କଟ, ନିମ୍ନ ରକ୍ତଚାପର ବିପଦକୁ ରୋକିଥାଏ । ଏହାବ୍ୟତୀତ ଟ୍ୟୁମର ଓ କୋଲେଷ୍ଟ୍ରଲ୍ ବଢିବା ଆଶଙ୍କା କମ୍ ହୋଇଥାଏ ।
* ନାରଙ୍ଗୀ ଓ ହଳଦିଆ- ଆମ୍ବ, ଲେମ୍ବୁ, କମଳା, ଅମୃତଭଣ୍ଡା, ପିଚ୍ରେ ଥିବା ଭିଟା କାରୋଟିନ୍, ଜିଆଞ୍ଜେଥିନ୍, ଫ୍ଲେଭୋନାୟଡ୍, ଲାଇକୋପିନ୍, ପୋଟାସିୟମ୍ ଓ ଭିଟାମିନ୍ ସି ରହିଥାଏ । ଏହି ସବୁ ପୋଷକ ପଦାର୍ଥ ଚକ୍ଷୁର ଉଜ୍ଜ୍ୱଳତା ଓ ପ୍ରୋସେଫଟ୍ କ୍ୟାନ୍ସର ଏବଂ ବ୍ଲଡ୍ ପ୍ରେସରରେ ନିୟନ୍ତ୍ରଣ ରକ୍ଷା କରେ । ଏହାଛଡା ମ୍ୟାଗ୍ନେସିୟମ୍ ଓ କ୍ୟାଲେସିୟମ୍ ସହ ହାଡକୁ ମଜବୁତ୍ ରଖେ ।
ସବୁଜ- ପାଳଙ୍ଗ, ମଟର, ବନ୍ଧାକୋବି, ମେଥି, ଅଙ୍ଗୁର, ପିଆଜସ„ା, ବ୍ରୋକଲି ଇତ୍ୟାଦିରେ କ୍ଲୋରୋଫିଲ୍, ଫାଇବର, ଲ୍ୟୁଟନ୍, ଜିଆଞ୍ଜେଥିନ୍, କ୍ୟାଲ୍ସିୟମ୍, ଫୋଲେଟ୍ ଓ ଭିଟା କେରୋଟିନ୍ ରହିଥାଏ । ଏହି ପୋଷକ ପଦାର୍ଥ ପାଚନ ଶକ୍ତି ବଢାଇବା ସହ କର୍କଟ ଓ ନିମ୍ନରକ୍ତଚାପର ପ୍ରଭାବକୁ ହ୍ରାସ କରିଥାଏ । ଏହା ଦୃଷ୍ଟିଶକ୍ତି ବଢାଇବା ସହ ରୋଗ ପ୍ରତିରୋଧକ ପୋଷକ ରୂପେ କାର୍ଯ୍ୟ କରିଥାଏ ।
ନୀଳ ଓ ବାଇଗଣୀ- କଳା ଅଙ୍ଗୁର, ବ୍ଲାକ୍ବେରୀ, ବ୍ଲìବେରୀ, ବାଇଗଣୀ ବନ୍ଧାକୋବିରେ ଲୁ୍ୟଟିନ୍, ଜିଆଞ୍ଜେଥିନ୍, ରେସ୍ୱରାଟ୍ରୋଲ, ଭିଟାମିନ୍ ସି, ଫାଇବର, ଫ୍ଲେଭୋନାୟଡ୍, ଇଲେଗିକ୍ ଏସିଡ୍ ଓ କେ୍ୱରସୀଟିନ୍ ରହିଥାଏ । ଶରୀରକୁ ମଜବୁତ୍ କରିବା ସହ ସ୍ମୃତିଶକ୍ତି ପ୍ରଖର କରିଥାଏ । କ୍ୟାଲ୍ସିୟମ୍ ଓ ଅନ୍ୟ ପଦାର୍ଥର ଅବଶୋଷଣ କରିବା କ୍ଷମତା ବଢାଇଥାଏ । ପାଚନତନ୍ତ୍ରର ରକ୍ଷା କରିବା ସହ କର୍କଟ କୋଷକୁ କମ୍ କରିଥାଏ ।
ଧଳା- କଦଳୀ, ଅଦା, ଛତୁ, ଓଲକୋବି, ଆଳୁ ଇତ୍ୟାଦିରେ ଥିବା ଭିଟା ଗ୍ଲìକୋନ୍ ଓ ଲିଗନେସ୍ନ ରୋଗ ପ୍ରତିରୋଧ କ୍ଷମତା ବଢାଇଥାଏ । ଏହା ବ୍ରେଷ୍ଟ କ୍ୟାନ୍ସରକୁ ରୋକିବା ସହ ହର୍ମୋନ୍କୁ ନିୟନ୍ତ୍ରଣ କରେ ।
Prev Post
Next Post