ସ୍ୱାସ୍ଥ୍ୟ ବର୍ଦ୍ଧନକାରୀ କଳାଜିରା

0

କଳାଜିରା କେବଳ ଯେ ମସଲା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ ଏହାକୁ ଖାଇବା ଦ୍ୱାରା ବହୁ ବଡ ବଡ ରୋଗର ପ୍ରତିକାର ମଧ୍ୟ କରାଯାଇପାରିବ । କଳାଜିରା ଦେଖିବାକୁ ଖୁବ୍‌ ଛୋଟ ହୋଇଥିଲେ ବି ବହୁ ଦୁସାଧ୍ୟ ରୋଗର ପ୍ରତିରୋଧ ରୂପେ ବ୍ୟବହାର କରାଯାଏ । ଆମେରିକାର ଗବେଷଣା କେନ୍ଦ୍ରରେ ଏଚ୍‌ଆଇଭି ରୋଗୀଙ୍କୁ କଳାଜିରା, ରସୁଣ ଓ ମହୁରେ ପ୍ରସ୍ତୁତ ଏକ କ୍ୟାପ୍‌ସୁଲ୍‌ ଖାଇବା ପାଇଁ ଦିଆଯାଇଥିଲା । ଯାହାର ପ୍ରଭାବିତ ସୁଫଳ କିଛିଦିନରେ ଦେଖିବାକୁ ମିଳିଥିଲା । ତେବେ ଜାଣନ୍ତୁ କଳାଜିରାର ଉପକାରିତା
ପୁଷ୍ଟିକର ମସଲା:- କଳାଜିରାରେ ଶେ୍ୱତସାର ଓ ପ୍ରୋଟିନ୍‌ ଭଳି ୧୦୦ରୁ ଅଧିକ ପୋଷକତତ୍ତ୍ୱ ରହିଛି । ତେଣୁ ଏହାକୁ ଖାଇବା ଦ୍ୱାରା ବଡ ବଡ ରୋଗର ସମସ୍ୟାକୁ ଏଡାଇ ଦିଆଯାଇପାରିବ ।
କର୍କଟର ନିରାକରଣ:- କଳାଜିରାରେ କର୍କଟରୋଗର ନିରାକରଣ କ୍ଷମତା ରହିଛି । ଗୋଟେ ଗ୍ଲାସ ଅଙ୍ଗୁର ରସରେ ଏକ ଚାମଚ କଳାଜିରା ତେଲ ମିଶାଇ ପିଇବା ଦ୍ୱାରା କକର୍ଟର ଜୀବାଣୁ କମିଯାଇଥାଏ ।
ମଧୁମେହ ନିୟନ୍ତ୍ରଣକାରୀ:- ଯଦି ସୁଗାର୍‌ର ମାତ୍ରା ଅଧିକ ଥାଏ ତେବେ କଳାଜିରା ମଞ୍ଜି, ସୋରିଷ ଓ ଡାଳିମ୍ବ ଚୋପାକୁ ଗୁଣ୍ଡ କରି ଏହାର ଚୁର୍ଣ୍ଣକୁ ଦୈନିକ ଖାଲି ପେଟରେ ଖାଇବା ଦ୍ୱାରା ସୁଗାର୍‌ ନିୟନ୍ତ୍ରଣ କରାଯାଇପାରିବ ।
ଷ୍ଟୋନର ପ୍ରତିଷେଧକ:- ଯଦି ପେଟରେ ପଥର ହୋଇଛି ତେବେ କଳାଜିରା ଖାଇବା ଖୁବ୍‌ ଫଳପ୍ରଦ ହୋଇଥାଏ । ଅଳ୍ପ ମହୁରେ କଳାଜିରାକୁ ବାଟି ଖାଇବା ଦ୍ୱାରା ଆରାମ ମିଳିଥାଏ ।

Leave A Reply

Your email address will not be published.