ହକି ବିଶ୍ଵ କପ୍ : ପାକ୍ – ମାଲେସିଆ ମ୍ୟାଚ୍ ୧-୧ରେ ଡ୍ର

0

ଭୁବନେଶ୍ଵର,୫/୧୨: ହକି ବିଶ୍ଵ କପର ଗ୍ରୁପ ଡିରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମହତ୍ଵପୂର୍ଣ୍ଣ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଛି। ଏହା ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ମ୍ୟାଚର ଶେଷ ଆଡକୁ ମାଲେସିଆର ଫୈଜଲ ସାରି ଗୋଲ ଦେଇ ପାକିସ୍ତାନକୁ ବିଶ୍ଵ କପରେ ପ୍ରଥମ ବିଜୟରୁ ବଞ୍ଚିତ କରିଛି। ପାକିସ୍ତାନ ପକ୍ଷରୁ(୫୧ମିନିଟ) ମହମ୍ମଦ ଅତିକ୍ ଓ ମାଲେସିଆର ଫୈଜଲ ସାରି(୫୫ ମିନିଟ)ରେ ନିଜ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ଥିବା ମ୍ୟାଚ୍ ଡ୍ର ରହିବାରୁ କ୍ଵାର୍ଟର ଫାଇନାଲକୁ ଯିବାକୁ ହେଲେ ପାକିସ୍ତାନ ଓ ମାଲେସିଆକୁ ଅନ୍ତିମ ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। ଯେଉଁ ଦଳ ଶେଷ ମ୍ୟାଚ୍ ଜିତିବ କ୍ଵାର୍ଟର ଫାଇନାଲ ଖେଳିବା ସମ୍ଭାବନା ରହିବ।ଚତ୍ମକାର ଗୋଲ ଦେଇ ଦଳକୁ ପରାଜୟରୁ ରକ୍ଷା କରିଥିବା ମାଲେସିଆର ଫୈଜଲ ସାରି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

Leave A Reply

Your email address will not be published.