ହକି ବିଶ୍ୱକପ୍‌ରେ କମନ ୱେଲ୍‌ଥ ଗେମ୍‌ ଭଳି ଦୁର୍ନୀତି ହୋଇଛି : ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର,୧୨/୨: ହକି ବିଶ୍ୱକପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ରାଜ୍ୟରେ ଆୟୋଜିତ ହୋଇଥିବା ହକି ବିଶ୍ୱକପରେ କମନ ୱେଲ୍‌ଥ ଗେମ୍‌ ଭଳି ଦୁର୍ନୀତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହକି ବିଶ୍ୱକପରେ ଓଡିଶା ସରକାରଙ୍କ ପାଖରେ ସଲମାନ ଖାନ୍‌ ଏବଂ ଶାହରୁଖ ଖାନ୍‌ଙ୍କୁ ଆଣି ନଚେଇବା ପାଇଁ ଟଙ୍କା ଅଛି, ହେଲେ ରାଜ୍ୟର ଶିକ୍ଷକଙ୍କୁ ଦରମା ଦେବାକୁ ସରକାରଙ୍କର ପଇସା ନାହିଁ । ହକି ପାଇଁ ଅନେକ ଟଙ୍କା କମ୍ପାନୀମାନଙ୍କଠାରୁ ଅଣଓଡିଆ ଅଫିସରମାନେ ବିଶେଷତଃ ଖେଳ ବିଭାଗ ତରଫରୁ ଆଦାୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛନ୍ତି । ସିଏଜି ଏଥିରେ ହସ୍ତକ୍ଷେପ କରିବା ସହ ଏହି ଚୋରିକୁ ଲୋକଲୋଚନକୁ ଆଣିବାକୁ ଧର୍ମେନ୍ଦ୍ର ଆଶାବ୍ୟକ୍ତ କରୁଥିବା କହିଛନ୍ତି । ଏହାସହ ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟରେ ବହୁ ସାମ୍ବିଧାନିକ ପଦବୀ ଖାଲି ରହିଛି । ରାଜ୍ୟ ସରକାର ଏ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ।

ଧର୍ମେନ୍ଦ୍ରଙ୍କ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ, ଧର୍ମେନ୍ଦ୍ର ନିଜ ରାଜ୍ୟକୁ ତଳେ ପକାଇବା ପାଇଁ ଯାହା ନାହିଁ ତା’ କହିଚାଲିଛନ୍ତି। ହକି ବିଶ୍ୱ କପ୍‌ର ସବୁ ଦାୟିତ୍ୱ ହକି ଫେଡେରେଶନ୍‌(ମହାସଂଘ) ତୁଲାଇଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର କେବଳ ଆୟୋଜନ କରିଥିଲେ। ଅତି ସୁନ୍ଦରଭାବେ ସରକାର ଏହି ଦାୟିତ୍ୱ ତୁଲାଇଥିବାରୁ ସବୁଆଡୁ ପ୍ରଶଂସା ମିଳିଛି। ଏବେ ଧର୍ମେନ୍ଦ୍ରଙ୍କ କଥା ପବନରେ ବାଡି ବୁଲାଇବା ସହ ସମାନ ବୋଲି ସମୀର କହିଛନ୍ତି।

Leave A Reply

Your email address will not be published.