ହକି ବିଶ୍ୱକପ୍‌ : ବେଲଜିୟମ୍‌ ୫-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ

0

ଭୁବନେଶ୍ୱର,୮/୧୨: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱକପ୍‌ରେ ଆଜି ବେଲ୍‌ଜିୟମ ୫-୧ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚ୍‌ର ପ୍ରଥମ ଗୋଲ ଦେବା ପରେ ବେଲଜିୟମ୍‌ର ଖେଳାଳିମାନେ ସତର୍କ ହୋଇ ଯାଇଥିଲେ। ଏହା ପରେ ସେମାନେ ଆଉ ପଛକୁ ଫେରି ନଥିଲେ। ଟିମ୍‌ର ସମସ୍ତ ଖେଳାଳି ଏକଜୁଟ ହୋଇ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚ୍‌ ୫-୧ରେ ବିଜୟୀ ହୋଇଛନ୍ତି।

‘ପୁଲ-ସି’ର ଶେଷ ମ୍ୟାଚ କାନାଡା ଓ ଆୟୋଜକ ଭାରତ ମଧ୍ୟରେ ଆଜି ରାତି ୭ଟାରେ ଖେଲାଯିବ। ଏହି ମ୍ୟାଚରେ ଭାରତ ଚମକପ୍ରଦ ପ୍ରଦର୍ଶନ କରି ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ। ବିଶ୍ୱର ୫ ନମ୍ବର ଟିମ୍‌ ଭାରତ ‘ପୁଲ-ସି’ରେ ୪ ପଏଣ୍ଟ ସହିତ ଶୀର୍ଷରେ ରହିଛି।

ସେହିଭଳି ଅଲିମ୍ପିକ୍‌ ରୌପ୍ୟପଦକ ବିଜେତା ବେଲଜିୟମ୍‌ ମଧ୍ୟ ୪ ପଏଣ୍ଟ ହାସଲ କରି ୨ୟ ସ୍ଥାନରେ ରହିଛି। ମାତ୍ର ଭାରତର ହାରାହାରି ଅଧିକ ଥିବାରୁ ୧ ନମ୍ବରରେ ରହିଛି। ଭାରତର ଗୋଲ ହାରାହାରି ପ୍ଲସ ୫ ଥିବା ବେଳେ ବେଲଜିୟମ୍‌ର ଗୋଲ ହାରାହାରି ୧।

ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ବେଳେ ବେଲଜିୟମ୍‌ ସହିତ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା। ସେହିପରି କାନାଡାକୁ ୨-୧ ଗୋଲରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚ ୧-୧ରେ ଡ୍ର ରଖିଥିଲା।

Leave A Reply

Your email address will not be published.