ହକି ବିଶ୍ୱକପ : ପଦାର୍ପଣରେ ଚାଇନା ଚମକ, ମ୍ୟାଚ ୨-୨ରେ ଡ୍ର

0

ଭୁବନେଶ୍ୱର, ୩୦/୧୧: ଏସୀୟ ଦଳ ଚାଇନା ସମ୍ପୂର୍ଣ୍ଣ ଷ୍ଟାଇଲ୍‌ରେ ଏହାର ହକି ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏହି ଦଳ ବିଶ୍ୱକପରେ ପଦାର୍ପଣ କରିଥିଲେ ହେଁ ଚମକପ୍ରଦ ପ୍ରଦର୍ଶନ କରି ଶକ୍ତିଶାଳୀ ଇଂଲଣ୍ଡ ସହିତ ମ୍ୟାଚ ଡ୍ର ରଖିଛି। ପ୍ରଥମେ ଏବଂ ଶେଷରେ ଗୋଲ ଦେଇ ଚାଇନା ମ୍ୟାଚକୁ ୨-୨ରେ ଶେଷ କରିବା ସହ ଇଂଲଣ୍ଡକୁ ଚକିତ କରିଛି। ବିଶ୍ୱର ୭ ଓ ୧୭ ନମ୍ବର ଦଳ ମଧ୍ୟରେ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ର଼୍ୟାଙ୍କିଙ୍ଗରେ ବହୁ ପଛରେ ଥିଲେ ହେଁ ଇଂଲଣ୍ଡକୁ ବିସ୍ମିତକଲା ଭଳି ପ୍ରଦର୍ଶନ କରିଥିଲା ଚାଇନା। ଲଢ଼ୁଆ ପ୍ରଦର୍ଶନ କରି ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲା ଏହି ଏସୀୟ ଦଳ।

Leave A Reply

Your email address will not be published.