ହସିଲେ ଅଟକିବ ହୁଇଲ୍‌ ଚେୟାର

0

ଆମେରିକାର ଲସ୍‌ଭେଗସ୍‌ରେ ଏପରି କିଟ୍‌ ଉପସ୍ଥାପନ କରାଯାଇଛି ଯାହା ସାହାଯ୍ୟରେ ମୋଟରାଇଜ୍‌ ହ୍ୱିଲ୍‌ ଚେୟାରର ଚେହେରାର ହାବଭାବ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯିବ । ଏହି କିଟ୍‌ ବ୍ରାଜିଲ୍‌ର ରୋବଟିକ୍‌ କମ୍ପାନୀ ହୁମ୍ବାକ୍ସ ଇଟାଲୀର ସହାୟତାରେ ତିଆରି କରିଛି । ଏଥିରେ ଇଟାଲୀର କୃତ୍ରିମ ଜ୍ଞାନକୌଶଳ ଦ୍ୱାରା ମୁଖ ପରିଚୟ କରିବା ପାଇଁ ବ୍ୟବହାର କରାଯାଉଛି । ଏହି କିଟ୍‌କୁ ‘ହ୍ୱିଲି-୭’ କୁହାଯାଉଛି । ଯାହାଦ୍ୱାରା ଚେହେରାର ୧୦ଟି ଭିନ୍ନ ଭିନ୍ନ ଏକ୍ସ୍େରପସନ୍‌ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ । ଇଣ୍ଟେଲ କମ୍ପାନୀ ଅନୁଯାୟୀ, ଏହି ସିଷ୍ଟମ ଜରିଆରେ ଆପ୍‌ ଦ୍ୱାରା ଚେୟାର ପରିଚାଳିତ ହେବ । ଯାହାଦ୍ୱାରା ଚେୟାର କ୍ଷୀପ୍ରତାକୁ ନିୟନ୍ତ୍ରଣ କରାଯାଇପାରିବ । ଦିଗ ପରିବର୍ତ୍ତନ ପାଇଁ ମଧ୍ୟ ମୁହଁର ଭାବକୁ ଦେଖି ଚେୟାରଟି ଗତି କରିବ । ମୁଖର ଭାବ ଯେପରିକି ହସିବା, ଜିଭ ଦେଖାଇବା, ଚେହେରା ହଲାଇବା, ଆଖି ତରାଟିବା ଇତ୍ୟାଦି । ଇଣ୍ଟେଲର ୩ଟି ଉପିାଦ ରିୟଲେନ୍‌ସ ଡେପ୍‌ଥ କ୍ୟାମେରା ଏସ୍‌ଆର୍‌୩୦୦, ଇଣ୍ଟେଲ କାର ପ୍ରୋସେସର, ଓପନ୍‌ୱିନୋ ଟୁଲ୍‌କିଟ୍‌ର ବ୍ୟବହାର କରାଯାଇଛି । ଏଥିରେ ଏକ ପ୍ରକାର ସ୍ୱତନ୍ତ୍ର ପ୍ରୋଟୋଟାଇପ୍‌ ଥିବା ହେତୁ ଏହାର ଦାମ୍‌ ବିଷୟରେ ଜଣାପଡିନାହିଁ ।

Leave A Reply

Your email address will not be published.