ହସ୍ପିଟାଲରେ ସ୍ଥାନର ଅଭାବ : ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

0

ଭୋପାଳ,୧୮/୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲକୁ ଡାଏରିଆ ଲୋପ ଅଭିଯାନ ଅନ୍ତର୍ଗତ ବହୁ ଶିଶୁ ଆସିଥିଲେ। ସେମାଙ୍କମଧ୍ୟରୁ ଅଧିକାଂଶଙ୍କଠାରେ ରକ୍ତହୀନତା ଲକ୍ଷଣ ଚିହ୍ନଟ ହୋଇଥିଲା। ଏତେ ସଂଖ୍ୟକ ଶିଶୁଙ୍କୁ ହସ୍ପିଟାଲରେ ରଖିବା ପାଇଁ ସ୍ଥାନର ଅଭାବ ପଡ଼ିଥିଲା। ତେବେ ଏଥିରେ ବିଚଳିତ ନ ହୋଇ ଜିଲାପାଳ ଅଭିଷେକ ୧୦୦ ଶିଶୁଙ୍କୁ ଚିକିତ୍ସା ପାଇଁ ନିଜ ସରକାରୀ ବଙ୍ଗଳାକୁ ନେଇଯାଇଥିଲେ। ସେଠାରେ ଶିଶୁଙ୍କ ପରିବାର ସଦସ୍ୟଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥ ଜିଲାପାଳଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.