ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

0

ଭୁବନେଶ୍ୱର,୧୧/୧: କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବେଞ୍ଚ ପ୍ରତିଷ୍ଠା ସ୍ଥାପନ କଥା ଚିଠିରେ ଉଲ୍ଲେଖ ରହିଛି । ବେଞ୍ଚ ପ୍ରତିଷ୍ଠା ପାଇଁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲୁ ରହିଛି । ଏ ସମ୍ପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଞ୍ଚଳ ଗୁଡିକରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇବେ ବୋଲି ମଧ୍ୟ କହିଛନ୍ତି ।ଏନେଇ ପୂର୍ବରୁ ମଧ୍ୟ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଦୀର୍ଘ ଦିନ ଧରି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁ ରହିଛି । ପଶ୍ଚିମ ଓଡିଶାର ସମ୍ବଲପୁର , ବଲାଙ୍ଗିରେ ଏହି ପ୍ରସଙ୍ଗରେ ଧାରଣା ଦେଇ ଦୀର୍ଘ ଦିନ ଧରି କଚେରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସମସ୍ତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନକୁ ବନ୍ଦ କରାଯାଉଥଲା । ସେହିପରି ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଆଦି ଜିଲ୍ଲାରେ ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ସଂଗଠନର ସମର୍ଥନ ମିଳିଥିଲା ।

Leave A Reply

Your email address will not be published.