ହାପି ବାଥ୍‌ଡେ’ ଉଦିତ୍‌

0

୧୯୫୫ ମସିହା ଆଜିର ଦିନରେ ନେପାଳରେ ଜନ୍ମଗ୍ରହଣ କରିଥିଲେ ବଲିଉଡ଼ର ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣ ଝା । ତାଙ୍କ ବାପାଙ୍କ ନାମ ହରେକୃଷ୍ଣ ଝା ଓ ମା’ଙ୍କ ନାମ ଭୁବନେଶ୍ୱରି ଦେବୀ । ନିଜ ଉଚ୍ଚକୋଟୀର ସଂଗୀତ ପରିବେଷଣ ପାଇଁ ସେ ବଲିଉଡ଼ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି । ସେ ହିନ୍ଦୀ ବ୍ୟତୀତ ନେପାଳୀ, ଭୋଜପୁରୀ, କନ୍ନଡ, ମରାଠୀ, ତାମିଲ, ତେଲୁଗୁ, ମାଲୟାଲମ, ଗର୍ହବଳି, ସିନ୍ଧି, ଓଡ଼ିଆ, ଅସମୀୟା, ମଣିପୁରୀ, ମୈଥିଳୀ ଓ ବଙ୍ଗାଳୀ ପ୍ରଭୃତି ଭାଷାରେ କଣ୍ଠଦାନ କରିଛନ୍ତି । ବଲିଉଡ଼ ଜଗତରେ ଉଦିତଙ୍କ ସ୍ୱର ପ୍ରାୟ ସମସ୍ତ ହିରୋ ଯଥା ଅମିର୍‌ ଖାନ୍‌, ସାହାରୁଖ ଖæô, ଅକ୍ଷୟ କୁମାର, ହ୍ରିତିକ ରୋଶନ ଓ ଅଜୟ ଦେବଗନ୍‌ମାନଙ୍କ ସହ ଖାପ ଖାଏ । ୧୯୭୦ରେ ସେ ପ୍ରଥମେ ନେପାଳ ରେଡ଼ିଓ ପାଇଁ ଗାଈ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ । ୧୯୮୦ରେ ସେ ପ୍ରଥମେ ଉନିସ୍‌ ବିସ ହିନ୍ଦୀ ଫିଲ୍ମ ପାଇଁ କଣ୍ଠଦାନ କରିଥିଲେ । ଏହି ଗୀତ ସେ ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ସହ ଗାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ୧୯୮୩ରେ ବଡେ ଦିଲ୍‌ ୱାଲା ଫିଲ୍ମରେ ଆର୍‌.ଡ଼ି. ବର୍ମନ ରଚିତ ଏକ ଗୀତ ଲତା ମଙ୍ଗେସକରଙ୍କ ସହ ଗାଇବାକର ସୁଯୋଗ ପାଇଥିଲେ । ସେହି ବର୍ଷ ସେ କିଶୋର କୁମାରଙ୍କ ସହ ମଧ୍ୟ ଗୀତ ଗାଇଥିଲେ । ୧୯୮୮ରେ ଆନ୍ଦ ମିଳିନ୍ଦ ତାଙ୍କ କୟାମତ ସେ କୟାମତ ତକ ଫିଲ୍ମର ସମସ୍ତ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଆଲ୍‌କା ୟାଗ୍ନିକ୍‌ଙ୍କ ସହ ଗାଇଥିବା ଏହି ଫିଲ୍ମର ଗୀତା ପାଇଁ ତାଙ୍କୁ ଫିଲ୍ମ ଫେୟର ଆୱାର୍ଡ ମିଳିଥିଲା ।

Leave A Reply

Your email address will not be published.