ଆଇଜଲ୍, ୧୧/୧୨: ମିଜୋରାମରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । ମିରୋରାମ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଲାଲ୍ ଥନୱାଲା ନିଜର ଦୁଇଟଯାକ ଆସନରୁ ପରାସ୍ତ ହୋଇଛନ୍ତି । ସେ ଚମ୍ପାଇ ଏବଂ ସରଛିପ ଆସନରୁ ଲଢୁଥିଲେ । ପ୍ରଥମେ ତାଙ୍କର ପରାସ୍ତର ଖବର ଚମ୍ପାଇ ଆସନରୁ ଆସିଥିଲା । ଏହାପରେ ସେ ସରଛିପା ଆସନରୁ ମଧ୍ୟ ପରାସ୍ତ ହୋଇଥିଲେ । ଚମ୍ଫାଇ ଦକ୍ଷିଣ ଆସନରୁ ଥାନହଲା ଟିଜେ ଲାଲୁନ୍ ଲୁଆଙ୍ଗାଙ୍କଠାରୁ ୧୦୪୯ ଭୋଟ୍ ରେ ହାରିଛନ୍ତି । ମିଜୋରାମ ବିଧାନସଭାରେ ସର୍ବମୋଟ ୪୦ ଟି ଆସନ ରହିଛି, ଯେଉଁଥିରେ ୩୯ଟି ଆସନ କେବଳ ଅନୁସୁଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ଲୋକସଭାରେ କେବଳ ଗୋଟିଏ ଆସନ ରହିଛି । ତାହା ମଧ୍ୟ ଏସଟି ପ୍ରାର୍ଥୀ ପାଇଁ ସଂରକ୍ଷିତ ।