ହାଡ଼ ମଜଭୁତ୍‌ କରେ କିସ୍‌ମିସ୍‌

0

କିସ୍‌ମିସ୍‌କୁ ଫଳର ରାଜା ଭାବେ ଗଣନା କରାଯାଏ । ପୋଷକ ତତ୍ତ୍ୱ ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କିସ୍‌ମିସ୍‌ ଶରୀରର ଅନେକ ରୋଗ ଦୂର କରିଥାଏ । ଶରୀରରେ ନୂତନ ରକ୍ତ ସଞ୍ଚାର, ବାୟୁ, ବାତ, ପିତ ଓ କଫ ଦୋଷ ଦୂର କରିଥାଏ ଏହି କିସ୍‌ମିିସ୍‌ । ମୋଟାଲୋକମାନଙ୍କ ହାଡ଼ ବେଶ୍‌ ଦୁର୍ବଳ । ଶରୀରର ଅଧିକ ଓଜନ ଏଥିପାଇଁ ଦାୟୀ । ତେଣୁ ଓଜନ ହ୍ରାସକାରୀ ଖାଦ୍ୟ ସବୁବେଳେ ଫଳପ୍ରଦ ହୋଇନଥାଏ । ଏ କ୍ଷେତ୍ରରେ ଶରୀରକୁ ଶକ୍ତି ଓ କ୍ଷମତା ଯୋଗାଉଥିବା ଖାଦ୍ୟ ନିହାତି ଆବଶ୍ୟକ । ସେଥିପାଇଁ କିସ୍‌ମିସ୍‌ ସବୁଠୁ ଉତ୍ତମ ବିକଳ୍ପ । କିସ୍‌ମିସ୍‌ ମଧ୍ୟ ଆପଣଙ୍କ ଶରୀରର ଗ୍ଲìକୋଜ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିବ । କିସ୍‌ମିସ୍‌ରେ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ୍‌ ରହିଛି, ଯାହା ହାଡ଼କୁ ମଜ୍‌ବୁତ୍‌ କରିଥାଏ ।

Leave A Reply

Your email address will not be published.