ବୟସ ହେବା ପୂର୍ବରୁ କେଶର ରଙ୍ଗ ଧଳା ହୋଇଯିବା କାରଣରୁ ଅଧିକାଂଶ ଲୋକ ଚିନ୍ତାରେ ପଡିଯାଆନ୍ତି । ଏହି ସମସ୍ୟାରୁ ମିୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ହେୟାର କଲରର ସାହାଯ୍ୟ ନେଇଥାନ୍ତି । ଏହି ହେୟାର କଲର ଆପଣଙ୍କ ଲୁକ ବଦଳାଇଦେଇଥାଏ ଏବଂ ଆପଣଙ୍କ ସୁନ୍ଦରତା ଫେରାଇ ଆଣିବାରେ ସାହାଯ୍ୟ କରିଥାଏ । କି;ୁ ଏହାର ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆସ;ୁ ଜାଣିବା ଏହାର ସାଇଡ ଇଫେକଫସ୍ ବିଷୟରେ ।
– ଆମେରିକାନ କ୍ୟାନସର ସୋସାଇଟିର କେତେକ ଗବେଷଣା ଅନୁସାରେ, ହେୟାର କଲରରେ ଏପରି କେମିକାଲ ରହିଥାଏ, ଯାହା କେଶ ସାହାଯ୍ୟରେ ଆମ ମୁଣ୍ଡର ସ୍କିନରେ ପ୍ରବେଶ କରିଥାଏ । ଏହି କେମିକାଲ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ, ଯାହା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢିଯାଇଥାଏ ।
– ଆସ୍ଥମା ରୋଗୀ ହେୟାର କଲରର ବ୍ୟବହାର କରିବା ଉଚିତ ନୁହେଁ । ଏଥିରେ ଏପରି କେମିକାଲ ରହିଥାଏ ଯାହା ସୁଙ୍ଘିବା ଦ୍ୱାରା ଆସ୍ଥମା ସମସ୍ୟା ବଢିଯାଇ ପାରେ ।
– ହେୟାର କଲରର ବ୍ୟବହାର କେତେକ ଲୋକଙ୍କ ସ୍କିନ ପାଇଁ ମହଙ୍ଗା ପଡିଥାଏ । ଏଥିରେ ଉପସ୍ଥିତ କ୍ଷତିକାରକ କେମିକାଲ୍ସ ସ୍କିନର ରଙ୍ଗକୁ ବିଗାଡି ଦେଇଥାଏ ।
– କେତେକ ଲୋକଙ୍କୁ ହେୟାର କଲର ଦ୍ୱାରା ଆଲର୍ଜି ହେବାର ସମ୍ଭାବନା ରହିଥାଏ ।
Prev Post
Next Post