ପୁନେ, ୬/୧୦ : ଶୁକ୍ରବାର ରାତିରେ ପୁନେର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଲାଗିଥିବା ଆଡ୍ଭରଟାଇଜିଂ ହୋଡିଂ ଖସିପଡ଼ିବାରୁ ୪ ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ୧୦ରୁ ଊଦ୍ଧ୍ୱର୍ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ମୃତକମାନେ ହେଲେ ଶିବାଜୀ ଦେଭିଦାସ ପରେଦେଶୀ (୪୦), ଭୀମରାଓ ଗଙ୍ଗାଧର କାସର (୪୭), ଶାମ ରାଜାରାମ ଧୋତ୍ରେ (୪୮) ଓ ଜାବେଦ ମସିବୁଦ୍ଧିନ୍ ଖାନ୍(୪୯) । ବେଆଇନ ଭାବେ ଲାଗିଥିବା ଏହି ହୋର୍ଡିଂକୁ ଶ୍ରମିକମାନେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଘଟଣାରେ ପୁଲିସ୍ ଦୁଇ ଜଣ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରିଛି । ହୋର୍ଡ଼ିଂଟି ରେଳବିଭାଗର ହୋଇଥିବାରୁ ମୃତକଙ୍କ ପରିବାରବର୍ଗକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛି ରେଳବାଇ ।