ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳି

0

ୱାଶିଂଟନ୍‌, ୧୪/୧୧: ଆମେରିକାର ହ୍ୱାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲï ଟ୍ରାମ୍ପ ଦୀପାବଳି ପାଳନ କରିଛନ୍ତି । ହ୍ୱାଇଟ୍‌ ହାଉସ୍‌ରେ ବିଭିନ୍ନ ପଦପଦବିରେ ଅବସ୍ଥାପିତ ଭାରତୀୟଙ୍କ ପାଇଁ ଟ୍ରମ୍ପ ଏହି ଉତ୍ସବ ପାଳନ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ରାଷ୍ଟ୍ରଦୂତ ଥିବା ନବଜୋତ୍‌ ସରଣଙ୍କ ପ୍ରସ୍ତାବରେ ସମ୍ମତି ଜଣାଇ ଟ୍ରମ୍ପ ଏହି ଉତ୍ସବ ପାଳନ ପାଇଁ ରାଜି ହୋଇଥିଲେ । ଫେଡେରାଲ୍‌ କମ୍ୟୁନିକେସନ୍ସ କମିସନ୍‌ର ଅଧ୍ୟକ୍ଷ ଅଜିତ ପଟେଲ୍‌, ଡ୍ରଗ୍‌ ଏନେ®ାର୍ସମେଣ୍ଟ୍‌ ଏଜେନ୍ସିର ପ୍ରଶାସକ ଉତ୍ତମ ଧିଲୋଁ ଏବଂ ମେଡିକ୍‌ଏଡ୍‌ ସର୍ଭିସ୍‌ର ସୀମା ବର୍ମା ଏବଂ ଟ୍ରମ୍ପ୍‌ ପ୍ରଶାସନରେ ସେବାରତ ଅନ୍ୟାନ୍ୟ ଭାରତୀୟ-ଆମେରିକୀୟମନେ ରଷ୍ଟ୍ରପତି ଇଉରୋପ୍‌ରୁ ଫେରିବା ପରେ ଉତ୍ସବରେ ସାମିଲ ହୋଇଥିଲେ । ଏହି ଅବସରରେ ଟ୍ରମ୍ପ ଆମେରିକା-ଭାରତ ସମ୍ବନ୍ଧ ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.