ହ୍ୱାଟ୍‌ସଆପ୍‌ର ନୂଆ ଫିଚର

0

ହ୍ୱଟସଆପ୍‌ ମିଛ ଖବର ଉପରେ ରୋକ୍‌ ଲଗାଇବା ପାଇଁ ନିଜର ଗ୍ରୁପ୍‌ ସେଟିଂରେ ଏକ ନୂଆ ଫିଚର ପ୍ରସ୍ତୁତ କରିଛି । ଏହି ଫିଚର ସାହାଯ୍ୟରେ ୟୁଜର, ବହୁବାର ଫରୱାର୍ଡ କରାଯାଇଥିବା ମେସେଜ୍‌କୁ ରୋକି ପାରିବେ । ପୂର୍ବରୁ ଫେସ୍‌ବୁକ୍‌ ଏଭଳି ଫିଚରର ବ୍ୟବହାର କରିସାରିଛି ଯାହାକୁ ୧.୫ ଆରବ ୟୁଜର୍ସଙ୍କୁ ଜାଣିବାରେ ସାହାଯ୍ୟ କରିବ ଏହି ମେସେଜ୍‌ କେତେଥର ଫରୱାର୍ଡ କରାଯାଇଛି । ଏନେଇ ହ୍ୱାଟସଆପ୍‌ ଅପ୍‌ଡେଟ୍‌ କରୁଥିବା କମ୍ପାନୀ କହିଛି- ‘ଫରୱାଡିଂ ଇନ୍‌ଫୋ ବା ଫ୍ରିକେ୍ୱଣ୍ଟ୍‌ଲି ଫରୱାଡେଡ୍‌ ପରି କୌଣସି ଫିଚର ଏପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ଥିବାବେଳେ ଏନେଇ କମ୍ପାନୀ କାର୍ଯ୍ୟ କରୁଛି ବୋଲି କହିଛନ୍ତି ।’ ହ୍ୱାଟସଆପ୍‌ ବର୍ତ୍ତମାନ ୨.୧୯.୯୭ ବିଟା ଅପ୍‌ଡେଟ୍‌ରେ ଗ୍ରୁପ୍‌ରେ ଏହି ନୂଆ ଫିଚରର ପରୀକ୍ଷଣ କରୁଛି । ଏହି ବିକଳ୍ପଟି ହ୍ୱାଟ୍‌ସଆପ୍‌ ସେଟିଂରେ ମିଳିବ ଓ ଏହାକୁ ଗ୍ରୁପ୍‌ ଆଡ୍‌ମିନ୍‌ ଦେଖି ଏହାକୁ ଏଡିଟ୍‌ କରିପାରିବେ । ଫିଚର ସାହାଯ୍ୟରେ ବହୁବାର ଫରୱାର୍ଡ କରାଯାଇଥିବା ମେସେଜ୍‌କୁ ଗ୍ରୁପ୍‌ରେ କେହି ପଠାଇ ପାରିବେ ନାହିଁ ।

Leave A Reply

Your email address will not be published.