ଭିଭୋ କ୍ରିସ୍ମସ୍ ଓ ନୁ୍ୟ-ଇୟରକୁ ଦୃଷ୍ଟିରେ ରଖି ନୂଆ ଅଫର ଚାଲୁ କରିଛି । ଅଫରଟି ହେଉଛି ‘ନୁ୍ୟଫୋନ୍- ନୁ୍ୟୟୁ’ ଅନ୍ଲାଇନ୍ ଦ୍ୱାରା ଯୋଗାଇ ଦିଆଯିବ । ଏହି ଅଫର ୪୧ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଅଫର୍ଟି ଡିସେମ୍ବର ୨୦ରୁ ଆରମ୍ଭ ହୋଇ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲୁରହିବ । ଏହି ଅଫର ଅନୁସାରେ ଯେକୌଣସି ସ୍ମାର୍ଟଫୋନ୍ ୧୦୧ ଟଙ୍କାରେ ମିଳିପାରିବ । କିନ୍ତୁ ଭିଭୋର ସ୍ମାର୍ଟଫୋନ୍ର ମୂଲ୍ୟ ଦଶ ହଜାର ଟଙ୍କା ହୋଇଥିବା ଆବଶ୍ୟକ । ଭିଭୋ ଏହି ଅଫର ନିମନ୍ତେ ବଜାଜ ଫିନ୍ସର୍ଭ ସହ ଚୁକ୍ତି କରିଛି । ଏହି ଫୋନ୍ କ୍ରୟ କରିବା ନିମନ୍ତେ ଭିଭୋର ଦେଶ ସାରା ଥିବା ୪୫ ହଜାର ଷ୍ଟୋରରୁ ଯେକୌଣସି ଷ୍ଟୋରରେ ଚୟନ କରିପାରିବେ । ଷ୍ଟୋରକୁ ଯିବା ପୂର୍ବରୁ ନିଜ ସହ ପ୍ୟାନ୍କାର୍ଡ, ଭୋଟର ଆଇଡି, ଆଧାରକାର୍ଡ ରହିବା ନିହାତି ଆବଶ୍ୟକ । ନିଜ ଡକୁ୍ୟମେଣ୍ଟ ସହ ୧୦୧ ଟଙ୍କା ଦେଇ ଭିଭୋର ଦଶହଜାର ଟଙ୍କା ବିଶିଷ୍ଟ ଯେକୌଣସି ଫୋନ୍ କ୍ରୟ କରିପାରିବେ । ଫୋନ୍ର ସର୍ବାଧିକ ମୂଲ୍ୟ ଇଏମ୍ଆଇ ସେବା ଦ୍ୱାରା ଗ୍ରହଣ କରାଯିବ । ଅଫର ସହ ୬ ମାସର ଇଏମ୍ଆଇ ସେବା ମିଳିପାରିବ ।