୧୧ ରାଜ୍ୟରେ ନିଯୁକ୍ତ ହେବେ ନୂଆ ରାଜ୍ୟପାଳ

0

ନୂଆଦିଲ୍ଲୀ,୧୧/୬: ଦେଶର ୧୧ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି। ଏହାଦ୍ୱାରା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇ ନ ଥିବା ବରିଷ୍ଠ ସଦସ୍ୟଙ୍କୁ ଥଇଥାନ କରାଯିବାର ସମ୍ଭାବନା ରହିଛି। ରାଜ୍ୟପାଳ ଦୌଡ଼ରେ ମୂରଲୀମନୋହର ଯୋଶୀ, ବଣ୍ଡାରୁ ଦତ୍ତାତ୍ରେୟ, କଲରାଜ ମିଶ୍ର, କରିଆ ମୁଣ୍ଡା, ଭଗତ ସିଂ କୋରୟାରୀ, ବିଜୟ ଚକ୍ରବର୍ତ୍ତୀ, ସୁମିତ୍ରା ମହାଜନ ଆଦିଙ୍କ ନାମ ଚର୍ଚ୍ଚାରେ ରହିଛି। ଗୋଆ, କର୍ନାଟକ, ଗୁଜରାଟ,କେରଳ, ମହାରାଷ୍ଟ୍ର, ନାଗାଲାଣ୍ଡ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରୁଥିବାରୁ ଏଠାରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି।

Leave A Reply

Your email address will not be published.