କର୍ଣ୍ଣଟକ, ୧/୧: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଲୋକସଭା ସିଟ ଭାଗବଣ୍ଟା କଂଗ୍ରେସ ଓ ଜେଡିଏସ ମଧ୍ୟରେ ଦେଖାଦେଲାଣି ବିବାଦ । ଲୋକସଭା ନିର୍ବାଚନରେ ଅଧିକ ଆସନରେ ନିର୍ବାଚନ ଲଢିବା ପାଇଁ ଦାବି କରିଛି ଜେଡିଏସ ଯାହା ଏବେ କଂଗ୍ରସ ପାଇଁ ଅଢୁଆ ସୃଷ୍ଟି କରିଛି । ଏହି ବିବାଦର ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,ଏନସିପି ଅଧ୍ୟକ୍ଷ ଶରତ ଯାଦବ, ଜାମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଶରଣ ପସିଛନ୍ତି ରାହୁଲ ଗାନ୍ଧୀ ।
କଂଗ୍ରେସ ଚାହୁଁଛି ଏହି ୩ ଟି ଦଳ ଏନଡିଏ ବିରୋଧରେ ଜାତୀୟ ସ୍ତରରେ ମହାମେଣ୍ଟ ଗଠନ କରିବାରେ ସାହାର୍ଯ୍ୟ କରୁ । ମହାମେଣ୍ଟ ନିର୍ମାଣରେ ଥିବା ବାଧା ଗୁଡିକୁ ହଟାଇବାର ସାହାର୍ଯ୍ୟ କରନ୍ତୁ । ଚନ୍ଦ୍ରବାବୁ ନାଇଡୁ ଏହି ମହାମେଣ୍ଟର ନତୃତ୍ୱ ନେବା ପାଇଁ ରାଜି ହୋଇଥିବା ବେଳେ ଏହି ତିନି ନେତା ଜାନୁଆରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ମହାମେଣ୍ଟ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ।
ଟିଡିପି ମୁଖପାତ୍ର କମବମପତି ରାମମୋହନ ରାଓ କହିଛନ୍ତି ଯେ ଆଞ୍ଚଳିକ ଦଳ ମାନେ ଯେତିକି ସିଟ ଜିତିବାନେଇ ଆଶାବାଦୀ ଅଛନ୍ତି ସେହି ସେହି ଆଶନ ଦାବି କରିବାର ଅଧିକାର ଅଛି । ଭବିଷ୍ୟତରେ ହେବାକୁ ଥିବା ମହାମେଣ୍ଟରେ ଲୋକସଭା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ କର୍ଣ୍ଣାଟକେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ୨:୧ ଅନୁପାତରେ ସବୁ ପଦବୀ ଭାଗ ହୋଇଛି । ଏହି ଫର୍ମୁଲା ଯଦି ଲୋକସଭା ନିର୍ବାଚନରେ ପ୍ରୟୋଗ କରାଯାଏ ତେବେ ଜେଡିଏସ ୨୮ଟି ଆସନରୁ ୧୦ ଟି ଆସନରେ ମିଳିଥାନ୍ତା । କିନ୍ତୁ ଏହାର କିଛି ଦନ ପୂର୍ବରୁ ଜେଡିଏସ ମୁଖ୍ୟ ଏଚ ଡି ଦେବଗୌଡା ୧୨ ଟି ଆସନରେ ନିର୍ବାଚନ ଲଢିବା ନେଇ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ସେ ଆସନ୍ତା ଲୋକସଭା ନିର୍ବାଚନରେ ଏକକୀ ଲଢିବେ ବୋଲି କହିଛନ୍ତି ।