୧୬ରୁ ସାରା ରାଜ୍ୟରେ କୋହଲ ପାଗ, ବର୍ଷା

0

ଭୁବନେଶ୍ୱର, ୧୪/୧୨ : ଦକ୍ଷୀଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା କମ ଥିଲେ ବି ଆସନ୍ତା କାଲିଠାରୁ ଦକ୍ଷୀଣ ଓଡିଶାର କେତେକ ଅଞ୍ଚଳରେ ବର୍ଷା ସହ ପବନ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ସେହି ପରି ୧୬ରୁ ସାରା ରାଜ୍ୟରେ କୋହଳ ପାଗ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛ । ଏହି ଲଘୁଚାପ ଏବେ ଚେନ୍ନାଇଠାରୁ ୯୩୦ କିମି ଦୂରରେ କେନ୍ଦ୍ରୀଭୁତ ହେଉଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡର ରୁପ ନେବ । ତେବେ ଏହାର ପ୍ରଭାବ ଦକ୍ଷୀଣ ଓ ଅଭ୍ୟାନ୍ତରୀଣ ଓଡିଶାରେ ଦେଖାଦେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୬ ତାରିଖରୁ ସାରା ରାଜ୍ୟରେ କୋହଲ ପାଗ ସହ ବର୍ଷା ଲାଗି ରହିବ ଏବଂ ୧୭ ରୁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.