ଭୋପାଲ, ୧୪/୧୨ : ମଧ୍ୟ ପ୍ରଦେଶର ସାଧାରଣ ଜନତାଙ୍କୁ ତାଙ୍କ ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ୫ ବର୍ଷ ଯାଏଁ ରାଜ କରିବେ କମଲନାଥ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନଠାରେ ଗୁରୁବାର ଚାଲିଥିବା ବୈଠକ ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଛିନ୍ଦୱାଡା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ୯ ଥର ର୍ନିବାଚିତ ହୋଇଥିବା ୭୨ ବର୍ଷିୟ କମଲନାଥ ମଧ୍ୟ ପ୍ରଦେଶର ୧୮ ତମ ମୁଖ୍ୟମନ୍ତ୍ରୀ ରୁପେ ଦାୟୀତ୍ୱ ଗ୍ରହଣ କରିବେ ।ଶୁକ୍ରବାର ସକାଳ ୧୦.୩୦ରେ ସେ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲଙ୍କୁ ସାକ୍ଷାତ କରିବା ପରେ ହିଁ ଶପଥ ଗ୍ରହଣ ସମାରୋହର ଘୋଷଣା କରିବେ ବୋଲି କମଲନାଥ କହିଛନ୍ତି । ତେବେ ଡିସେମ୍ବର ୧୭ ତାରିଖରେ ସେ ମୁଖ୍ୟମନ୍ତ୍ରୀ ରୁପେ ଶପଥ ଗ୍ରହଣ କରି ପାରନ୍ତି ବୋଲି ସୁଣିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ସହ କେତେଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାର ୧୧୪ ଆସନ ଦଖଲ କରିବା ପରେ ୨, ୧ ଆସନରେ ବିୟୟୀ ହୋଇଥିବା ବିଏସପି ଏବଂ ଏସପି କଂଗ୍ରେସକୁ ସମର୍ଥନ କରିବାର ଘୋଷଣା କରିଥିଲେ ଛ ମ୍ୟାଜିକ ନମ୍ବର ୧୧୬ ହୋଇଥିବାରୁ ବିଏସପି ଏବଂ ଏସପିର ସମର୍ଥନ ପରେ କଂଗ୍ରେସକୁ ସରକାର ଗଢିବାର କ୍ଷମତା ମିଳିଥିଲା । ତେବେ ବିଧାୟକ ଦଳର ନେତା ହେବା ପରେ କମଲନାଥ କହିଛନ୍ତି କି, ମଧ୍ୟ ପ୍ରଦେଶ ଜନତା ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଆଭାରୀ ଏବଂ ମୁଁ ସେମାନଙ୍କ ବିଶ୍ୱାସକୁ ବଜାୟ ରଖିବି । ନୂଆ ଇତିହାସର ଆରମ୍ଭ ହୋଇଛି, ଆମେ ଆମ ବଚନକୁ ପୁରଣ କରିବୁ ବୋଲି ସେ କହିଛନ୍ତି ।