୧୮ରେ ଆଇପିଏଲ୍‌ ଖେଳାଳିଙ୍କ ନିଲାମୀ

0

ନୂଆଦିଲ୍ଲୀ, ୪/୧୨: ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌’ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୮ ତାରିଖରେ ହେବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ୨୦୧୯ର ଏହି ସଂସ୍କରଣ ପାଇଁ ଦିନିକିଆନ ନିଲାମରସ ସ୍ଥାନ ବାଙ୍ଗାଲୋର ସ୍ଥିର ହୋଇଥିଲା ବେଳେ ଏଥିରେ ପରିବର୍ତ୍ତନ କରାଯାଇଛି । ଏହି ନିଲାମ ଡିସେମ୍ବର ୧୮ରେ ଜୟପୁରରେ ହେବାକୁ ସ୍ଥିର ହୋଇଛି । ନିଲାମୀରେ ୮ଟି ଟିମର ୭୦ ଜଣ କ୍ରିକେଟର ଅଂଶଗ୍ରହଣ କରିବେ । ଏମାନଙ୍କ ମଧ୍ୟରୁ ୫୦ ଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟମାନେ ବିଦେଶରୁ ଯୋଗଦେବେ । ମୋଟ ୧୪୫.୨୫ କୋଟି ଟଙ୍କାର ନିଲାମୀ କରାଯିବ । ନିଲାମୀ ନେଇ ଗତ ମାସରେ କିଛି ଟିମ ସେମାନଙ୍କ ଖେଳାଳିଙ୍କ ବାବଦରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଭିଭୋ ଆଇପିଏଲରେ ୧୩୦ ଖେଳାଳି ଯୋଗଦେଉଥିବା ବେଳେ ଏଥିରୁ ୪୪ ଜଣ ହେଉଛନ୍ତି ବିଦେଶୀ । ଯୁବରାଜ ସିଂହ ଆସନ୍ତା ଆଇପିଏଲ ସଂସ୍କରଣରେ କିଙ୍ଗ ଏକ୍ସଆଇ ପଞ୍ଜାବରେ ଖେଳିବେ ନାହିଁ । ସେହିଭଳି ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ଜାଭେଦ ଉନାଦକଟଙ୍କୁ ରାଜସ୍ଥାନ ରୋୟାଲ୍ସ ନିଜ ଟିମରେ ସାମିଲ କରି ନାହିଁ ।

Leave A Reply

Your email address will not be published.