୨୦୧୯ ନିର୍ବାଚନ ଲଢିବେ ନାହିଁ ସାଂସଦ ତଥାଗତ ଶତପଥୀ

0

ଭୁବନେଶ୍ୱର,୫/୩: ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ । ଏନେଇ ସେ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସାଂସଦଙ୍କର ନିକଟତମ ମହଲରୁ ଏହି ଖବର ମିଳିଛି ।

ମିଳିଥିବା ଖବର ଅନୁସାରେ, ତଥାଗତ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ସେ ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଶୁଣିବାକୁ ମିଳୁଛି । କାରଣ ସେ ଏକ ଦୈନିକ ଖବର କାଗଜର ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ନିର୍ବାଚନ ନ ଲଢିବା ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.