୨୦୧୯ ଲୋକସଭା ନିର୍ବାଚନ ଲଢିବେ କମଲ ହାସନ

0

ଚେନ୍ନାଇ, ୨୨/୧୨ : ଅଭିନେତାରୁ ନେତା ପାଲଟିଥିବା ତାମିଲ ସୁପରଷ୍ଟାର କମଲ ହାସନ ୨୦୧୯ ଲୋକସଭା ନିର୍ବାଚନ ଲଢିବାର ଘୋଷଣା କରିଛନ୍ତି । ସେ ଶନିବାର ଏହାର ଘୋଷଣା କରି କହିଛନ୍ତି କି, ମୁଁ ନିଶ୍ଚିତ ରୁପରେ ଆସନ୍ତା ଲୋକସଭା ନିର୍ବାଚନ ଲଢିବି । ତାଙ୍କ ଦଳ ମMଲ ନିଧି ମୟମ୍‌ (ଏମଏନଏମ) ପୁର୍ବରୁ ତାମିଲନାଡୁର ବିଧାନସଭା ନିର୍ବାଚନ ଲଢିବ ବୋଲି ସୂଚନା ମିଳୁଥିଲା । ତେବେ ଏମଏନଏମ ଅଧ୍ୟକ୍ଷ କହିଛନ୍ତି କି, ନିର୍ବାଚନ ପାଇଁ ଏକ କମିଟି ଖୁବ୍‌ ଶୀଘ୍ର ପ୍ରାର୍ଥି ଚୟନ କରିବାର ପ୍ରକ୍ରିୟା ଆରମ୍ଭ କରିଦେବ । ସେ କହିଛନ୍ତି କି, ତାଙ୍କ ଦଳର ମୁଖ୍ୟ ଲକ୍ଷ ତାମିଲନାଡୁର ବିକାଶ । ତେଣୁ ନିର୍ବାଚନରେ ସମାନ ଚିନ୍ତାଧାରା ଯୁକ୍ତ ଦଳ ସହ ଏମଏନଏମ ମେଣ୍ଟ କରିବ । ୬୪ ବର୍ଷିୟ କମଲ ହାସନ ବର୍ତ୍ତମାନ ନିଜ ଦଳକୁ ମଜବୁତ କରିବା ଲକ୍ଷରେ ତାମିଲନାଡୁ ଗସ୍ତରେ ଅଛନ୍ତି । ତେବେ ସେ ଆସନ୍ତା ବିଧାନସଭା ନିର୍ବାଚନର ୨୦ ଟି ଆସନ ପାଇଁ ହେବାକୁ ଥିବା ଉପର୍ନିବାଚନରେ ନିଜ ଦଳର ସ୍ଥିତି ଏବେ ସୁଦ୍ଧା ସ୍ପଷ୍ଠ କରି ନାହାନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ କମଲ ହାସନ ମMଲ ନିଧି ମୟମ୍‌ ନାମକ ଏକ ଭିନ୍ନ ରାଜନୈତିକ ଦଳ ଗଠନ କରିଥିଲେ । ଅକେଫାବରରେ ସେ କହିଥିଲେ କି, ତାଙ୍କ ଦଳର ଲକ୍ଷ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା । ତେଣୁ ଭ୍ରଷ୍ଟାଚାରର ଅଭିଯୋଗ ଥିବା କୌଣସି ଦଳ ସହ ସେ ମେଣ୍ଟ କରିବେ ନାହିଁ ବୋଲି ମଧ୍ୟ କହିଥିଲେ । ତେବେ ସେ ତାମିଲନାଡୁର ଶାଶକ ଦଳ ଏଆଇଏଡିଏମକେ ଏବଂ ଡିଏମକେକୁ ଇଙ୍ଗିତ କରି ଏପରି କହିଥିବା ସ୍ପଷ୍ଟ ଜଣା ପଡିଥିଲା ।

Leave A Reply

Your email address will not be published.