ନୂଆଦିଲ୍ଲୀ,୨୯/୮: ହକିର ଜାଦୁଗର ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଅବସରରେ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଚୟନ ହୋଇଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲରେ ରାଷ୍ଟ୍ରୀୟ ଖେଳ ପୁରସ୍କାରରେ ସମ୍ମାନିତ କରିଛିନ୍ତି ।
ଏହି ଅବସରରେ ରିଓ ପାରା ଅଲମ୍ପିକରେ ପଦକ ହାସଲ କରିଥିବା ଆଥଲେଟ ଦୀପା ମଲ୍ଲିକଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଗାନ୍ଦୀ ଖେଳ ରନ୍ତ୍ରରେ ସମ୍ମାନିତ କରାଯାଇଛି । ଦୀପାଙ୍କ ସହ ଏହି ପୁରସ୍କାର ଜକାର୍ତା ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ମଧ୍ୟ ମିଳିଛି । ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପର ପ୍ରସ୍ତୁତି କାରଣରୁ ସେ ଏହି ସମାରୋହରେ ସାମିଲ ହୋଇ ପାରିନଥିଲେ । ଏହି ସମାରୋହରେ ଅନେକ ଖେଳାଳି ସାମିଲ ହୋଇ ନଥିଲେ ।
ଅର୍ଜୁନ ପୁରସ୍କାର :- • ମୋହମଦ ଅନସ (ଆଥଲେଟିକ୍ସ)• ଏସ ଭାସ୍କରଣ (ବଡି ବିଲ୍ଡିଂ)• ସୋନିଆ ଲାଠର (ବକ୍ସିଂ)• ଚିଙ୍ଗଲେନସନା ସିଂହ (ହକି)• ଅଜୟ ଠାକୁର ( କବାଡ୍ଡୀ)• ଗୌରବ ଗିଲ (ମୋଟର ସ୍ପୋରର୍ଟ୍ସ)• ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ)• ହରମୀତ ଦେସାଇ (ଟେବଲ ଟେନିସ)• ପୂଜା ଡାଣ୍ଡା (କୁସ୍ତୀ)• ପୁଆଦ ମିର୍ଜା (ଘୋଡସବାରୀ)• ଗୁରୁପ୍ରୀତ ସିଂହ ( ଫୁଟବଲ)• ପୂନଣ ଯାଦବ (କ୍ରିକେଟ)• ସ୍ୱପ୍ରା ବର୍ମନ (ଆଥଲେଟିକ୍ସ)• ଭି.ସାଇ ପ୍ରଣୀତ (ବ୍ୟାଡମିଣ୍ଟନ)• ସିମରଣ ସିଂହ ଶେରଗିଲ (ପୋଲୋ)
ଦ୍ରୋଣାଚାର୍ଯ୍ୟ ପୁରସ୍କାର :- • ବିମଲ କୁମାର (ବ୍ୟାଡମିଣ୍ଟନ)• ସନ୍ଦୀପ ଗୁପ୍ତା (ଟେବଲ ଟେନିସ)
ଦ୍ରୋଣାଚାର୍ଯ୍ୟ ଲାଇଫ ଟାଇମ:- • ମେର୍ଜବାନ ପଟେଲ (ହକୀ)• ରାମବୀର ସିଂହ (କବାଡ୍ଡୀ)• ସଞ୍ଜୟ ଭରଦ୍ୱାଜ ( କ୍ରିକେଟ)
ଧ୍ୟାନଚନ୍ଦ ପୁରସ୍କାର :- • ମେନ୍ୟୁଅଲ ଫ୍ରେଡରିକ୍ସ (ହକୀ)• ଅରୁଣ ବସାକ (ଟେବଲ ଟେନିସ)• ମନୋଜ କୁମାର (କୁସ୍ତୀ)• ନିତିନ କୀର୍ତିନେ (ଲୋନ ଟେନିସ)• ସୀ ଲାଲରେମସାଙ୍ଗା (ତୀରାନ୍ଦଜୀ)