ଭରତରେ ଥିବା କମ୍ପାନୀ ହେଉ ଅବା ଯେକୌଣସି ଅଫିସ ଦିପାବଳୀ ସମୟରେ ପ୍ରାୟ ଅଫିସ କର୍ମଚାରୀମାନଙ୍କୁ ଦିଆଯାଏ ବୋନସ୍ । ଏହା ଏକ ପ୍ରଥା ସଦୃଶ ଚାଲିଆସୁଛି । ଭାରତ ଛଡା ଅନ୍ୟ ଦେଶମାନଙ୍କରେ ମଧ୍ୟ ଏ ପ୍ରଥା ଚାଲିଛି । ବିଦେଶୀ କମ୍ପାନୀ ଗୁଡିକ ମ୍ୟାନେଜ୍ମେଣ୍ଟ ଦ୍ୱାରା ସ୍ଥିରିକୃତ ସ୍ପେସାଲ ଡ଼େ ଗୁଡିକରେ କର୍ମଚାରୀ ମାନଙ୍କୁ ବୋନସ୍ ଦେଇଥାନ୍ତି । ନିକଟରେ ଗୁଜୁରାଟର ଜଣେ ହୀରା ବ୍ୟବସାୟୀ କର୍ମଚାରୀମାନଙ୍କୁ ବୋନସ୍ ବାବଦକୁ ଫ୍ଲାଟ୍ ଓ ଦାମି ଗାଡିମାନ ଦେଇଥିଲେ ଯାହା ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ସେହିପରି ଭାରତର ପଡୋଶୀ ଦେଶ ଚୀନ୍ର ଏକ ଷ୍ଟିଲ୍ କମ୍ପାନୀ ନୂଆବର୍ଷ ଅବସରରେ କର୍ମଚାରୀମାନଙ୍କୁ ବୋନସ୍ ଦେବା ପାଇଁ ‘କ୍ୟାସ୍ ମାଉଣ୍ଟେନ୍’ ତିଆରି କରିଥିଲା । ପାହାଡ଼ରେ ସର୍ବମୋଟ ୩୪ କୋଟି ଟଙ୍କା ରଖାଯାଇଥିଲା । ଏହି ଟଙ୍କାକୁ ପାଖାପାଖି ୫ହଜାର କର୍ମଚାରୀଙ୍କ ଭିତରେ ବଣ୍ଟାଯାଇଛି । ତେବେ ଏହି କମ୍ପାନୀର ଭାଗ୍ୟଶାଳୀ କର୍ମଚାରୀଙ୍କୁ ୬୨ଲକ୍ଷ ଟଙ୍କାର ବୋନସ୍ ଦିଆହୋଇଛିି । ଚୀନ୍ର ଏହି ଟଙ୍କା ପାହାଡ଼ ପ୍ରଥମ ନୁହେଁ ଏହାପୂର୍ବରୁ ଚୀନ୍ର ଏହି କମ୍ପାନୀ ଅନେକ ଭିନ୍ନ ପୟାସ କରି କର୍ମଚାରୀଙ୍କୁ ବୋନସ୍ ଦେଇଥାଏ ।