ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ନଗରୀ ଝାନ୍ସିରେ ହକି ଖେଳାଳିଙ୍କ ଦୁର୍ଦଶା ଦେଖିବାକୁ ମିଳିଛି । ହକିରେ କେବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଆଜି ରାସ୍ତା କଡରେ ଆଖୁ ବିକିବାକୁ ବାଧ୍ୟ ହୋଇଛନ୍ତି । ହକି ପାଇଁ ଦେଶ ବିଦେଶରେ ନାମ ଅର୍ଜନ କରିଥିବା ଏହି ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଜ୍ୟ କ୍ରୀଡାମନ୍ତ୍ରୀ ଚେତନ ଚୌହାନଙ୍କ ପର୍ଯ୍ୟନ୍ତ ବଡ ବଡ ମହାରଥୀ ସମ୍ମାନୀତ କରିସାରିଛନ୍ତି । କି;ୁ ଟଙ୍କା ଅଭାବରୁ ଆଜିି ଏହି ୩ ଭାଇଙ୍କୁ ରାସ୍ତା କଡରେ ଆଖୁ ବିକିବାକୁ ପଡୁଛି । ଗୋଟିଏ ପରିବାରର ୩ ଭାଇ ଶିବମ ଆନନ୍ଦ, ଋଷଭ ଆନ୍ଦ ଏବଂ ସୌରଭ ଆନ୍ଦ ହକିର ଅନ୍ତରାଷ୍ଟ୍ରୀୟ ଖେଳାଳି ଅଟନ୍ତି । ସେମାନଙ୍କ ଘରର ଅର୍ଥିକ ସ୍ଥିତି ଖୁବ୍ ଦୟନୀୟ । ଟଙ୍କା ଅଭାବ ଏବଂ ପରିବାରକୁ ଚଳାଇବାର ଦାୟୀତ୍ୱ ଆଜି ସେମାନଙ୍କୁ ଆଖୁ ବିକିବାକୁ ବାଧ୍ୟ କରିଛି । ସକାଳୁ ଏବଂ ସନ୍ଧ୍ୟାରେ ହକିର ଅଭ୍ୟାସ ସାରିବା ପରେ ଯେଉଁ ସମୟ ମିଳେ ସେଥିରେ ଏହି ୩ ଭାଇ ନିଜ ବାପା ସହ ମିଶି ଆଖୁ ବିକ୍ରି କରନ୍ତି । ଋଷଭ ଆନନ୍ଦ ସରକାରଙ୍କୁ ଗୁହାରି କରି କହିଛନ୍ତି କି, କ୍ରିକେଟ ଭଳି ଆମ ଦେଶରେ ହକିକୁ ମଧ୍ୟ ପ୍ରତ୍ସାହନ ଦିଆଯାଉ । ଫଳରେ ଆମ ଦେଶର ହକି ଖେଳାଳିଙ୍କୁ ଏହି ଦୁର୍ଦଶା ଭୋଗିବାକୁ ପଡିବ ନାହିଁ ।