୫ଟଙ୍କା ଖର୍ଚ୍ଚ କଲେ ମୋଦିଙ୍କ ସାକ୍ଷାତ ମିଳିବ

0

ନୂଆଦିଲ୍ଲୀ,୨୯/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜଣେ ଲୋକପ୍ରିୟ ନେତା ଭାବେ ବେଶ୍‌ ଜଣାଶୁଣା। ତାଙ୍କ ସହ ସାକ୍ଷାତ୍‌ କରିବାକୁ ଅନେକ ଲୋକ ଇଚ୍ଛା ରଖିଥିବା ବେଳେ ଏହା କିନ୍ତୁ ସେତେ ସହଜ ନୁହେଁ। ହେଲେ ଏବେ ଏହା ସହଜ ହୋଇ ଯାଇଥିବା ଭାଜପା କହିଛି। ମାତ୍ର ୫ ଟଙ୍କା ଖର୍ଚ୍ଚ କରି ଏବେ ଜଣେ ଚାହିଁଲେ ମୋଦିଙ୍କୁ ଦେଖା କରିପାରିବ। ନରେନ୍ଦ୍ର ମୋଦି(ନମୋ) ଆପ୍‌ ମାଧ୍ୟମରେ ଏହା ସମ୍ଭବ ହୋଇ ପାରିବ ବୋଲି କୁହାଯାଇଛି। ଏଥିପାଇଁ ନମୋ ଆପ୍‌ ଯାଇ ଜଣେ ସାଧାରଣ ଲୋକ ଭାଜପାକୁ ଡୋନେଶନ୍‌ ଦେବାକୁ ପଡିବ। ଏହି ଡୋନେଶନ ୫ଟଙ୍କାରୁ ୧ହଜାର ପର୍ଯ୍ୟନ୍ତ ଦେଇପାରିବେ। ଏହାପରେ ମୋଦିଙ୍କୁ ଦେଖାକରିବାକୁ ଏକ ସର୍ତ୍ତ ରଖାଯିବ। ଡୋନେଶନ ଦେବା ପରେ ୟୁଜରଙ୍କୁ ଏକ ରେଫରାଲ କୋର୍ଡ ଦିଆଯିବ। ଏହି କୋର୍ଡକୁ ଉକ୍ତ ୟୁଜର ଶହେ ଜଣଙ୍କୁ ଶେୟାର କରିବାକୁ ପଡିବ। ଯଦି ସେହି ଶହେ ଜଣ ରେଫରାଲ କୋର୍ଡ ଜରିଆରେ ଭାଜପାକୁ ଡୋନେଶନ ଦେବେ ତେବେ ୟୁଜର ଜଣଙ୍କ ମୋଦିଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇପାରିବେ। ଯଦି ଏହି ରେଫରାଲ କୋର୍ଡକୁ ଅତିକମରେ ୧୦ ଜଣ ଲୋକ ବ୍ୟବହାର କରିବେ ତେବେ ମଧ୍ୟ ୟୁଜରଙ୍କୁ କିଛି ଉପହାର ମିଳିବ।

Leave A Reply

Your email address will not be published.