୫୧ଲକ୍ଷ ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା : କୃଷିମନ୍ତ୍ରୀ ଅରୁଣ ସାହୁ

0

ଭୁବନେଶ୍ୱର,୧୭/୭: କାଳିଆ ହିତାଧିକାରୀଙ୍କ ସଂଖ୍ୟା ନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଉତ୍ତର ରଖିଛନ୍ତି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଅରୁଣ ଉତ୍ତର ଦେଇଛନ୍ତି । କୃଷିମନ୍ତ୍ରୀ କହିଛନ୍ତି , ରାଜ୍ୟରେ ୫୧ ଲକ୍ଷ ୫୨୯୦ ଚାଷୀଙ୍କୁ କାଳିଆ ଟଙ୍କା ମିଳିଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ଥିଲା ୩୨,୭୯, ୭୬୯ । ସେହିପରି ଭୂମିହୀନ କୃଷି ଶ୍ରମିକଙ୍କ ସଂଖ୍ୟା ୨୪,୨୦,୫୪୦ ଥିଲା । କାଳିଆ ଯୋଜନାରେ ଲାଭ ପାଇବା ପାଇଁ ୫୭.୧୧ ଲକ୍ଷ ଚାଷୀ ଆବେଦନ କରିଥିଲେ । ଯାହା ୩୯.୩୦ ଲକ୍ଷ କୃଷି ପରିବାର ସହ ସମାନ ଥିଲା । ଏପର୍ଯ୍ୟନ୍ତ ୫୧ ଲକ୍ଷ ୫ହଜାର ୨୯୦ ପରିବାରକୁ କାଳିଆ ସହାୟତା ମିଳିଛି । ତେବେ ମୋଟ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ଦେବାକୁ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.