ଭୁବନେଶ୍ୱର,୨୦/୧୨: ଓଡ଼ିଶାରେ ଆରମ୍ଭ ହୋଇଯାଇଛି କୃଷି ରାଜନୀତି । ତୁରନ୍ତ କୃଷି ଋଣ ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ଆଡ଼ୁ ଚାପ ପଡ଼ିଲାଣି । ସେପଟେ ସରକାର ମଧ୍ୟ ଚାଷୀ ଭୋଟ୍କୁ ହାତ ଛଡ଼ା ନ କରିବାକୁ ଏଥିପାଇଁ ବଚାର ବିମର୍ଷ କରିବା ଆରମ୍ଭ କଲେଣି । ତେବେ ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି , ତିନି ରାଜ୍ୟର ନୂଆ ସରକାରଙ୍କ ଭଳି ଓଡ଼ିଶାରେ କଂଗ୍ରେସ ଆସିଲେ ମାତ୍ର ୫ ଘଣ୍ଟାରେ କୃଷି ଋଣ ଛାଡ଼ ହେବ ।
ଆଗାମୀ ନିର୍ବାଚନରେ କଂଗ୍ରେସର ଇସ୍ତାହାରରେ ରହିବ କୃଷି ଋଣ ଛାଡ଼ । କ୍ଷମତାକୁ ଆସିବାର ମାତ୍ର ୫ ଘଣ୍ଟାରେ କୃଷି ଋଣ ଛାଡ଼ ହେବ । ଓଡ଼ିଶାର ଅନ୍ନଦାତାଙ୍କ ପାଇଁ ଏହା ଆମର ପ୍ରତିଶ୍ରୁତି ବୋଲି କହିଛନ୍ତି । ତେବେ ୧୯ ବର୍ଷର ଶାସନରେ ବିଜେଡ଼ି ସରକାରର ଚାଷୀଙ୍କ ଋଣ ଛାଡ଼ କଥା ମନେ ପଡ଼ିଲା ନାହିଁ । କିନ୍ତୁ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବାର ମାତ୍ର ୨ ଦିନ ମଧ୍ୟରେ କୃଷି ଋଣ ଛାଡ଼ କଲେ । ଏବେ ଏହାର ବିପରୀତ ଦେଖନ୍ତୁ ବୋଲି ନିରଞ୍ଜନ କହିଛନ୍ତି।
ଗୁରୁବାର ଅଥର୍ମନ୍ତ୍ରୀ ଶଶିଭୂଷଣ ବେହେରା କୃଷି ଋଣ ଛାଡ଼ ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି। ଋଣ ଛାଡ ନେଇ ନୀତି ଆୟୋଗଙ୍କ ବକ୍ତବ୍ୟ ଚାଷୀଙ୍କ ନକରାତ୍ମକ। ଋଣଛାଡ଼ ନେଇ ଏକ ଜାତୀୟ ନୀତି ହେବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।