ଇରାନ୍ର ଆଜରବଇଜାନ୍ସ୍ଥିତ ଏକ ଗ୍ରାମ ହେଉଛି ‘କାଣ୍ଡୋବନ’। ଗ୍ରାମର ବିଶେଷତ୍ୱ ହେଉଛି ଅନେକ ବର୍ଷ ପୂର୍ବେ ହୋଇଥିବା ଆଗ୍ନେୟଉଦଗିରଣ କାରଣରୁ ସେଠାରେ କୋନ୍ ଆକୃତିର ଗୁମ୍ଫାମାନ ହୋଇଯାଇଛି । ଏହି ଗୁମ୍ଫାକୁ ବାସସ୍ଥଳୀ ଭାବେ ବ୍ୟବହୃତ କରି ୬୦୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ସେଠାକାର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବାନୁସାରେ ୭୦୦ବର୍ଷ ପୁରତାନ ଏହି ଗୁମ୍ଫାକୁ ସ୍ଥାନୀୟ ଭାଷାରେ ‘କାରନ’ କୁହାଯାଏ । ପୁରାତନ ଗୁମ୍ଫାକୁ ଭାଙ୍ଗି ୨ମହଲା ଓ ୪ ମହଲା ଘର ମଧ୍ୟ ନିର୍ମିତ ହୋଇଛି । ଏପରିକି ଲୋକେ ସେସବୁ ଘରକୁ ଦାମୀ ଆସବାବପତ୍ରରେ ସଜାଇଛନ୍ତି । ସେଠାକାର ଲୋକଙ୍କ ମତରେ ଏହି ଗୁମ୍ଫାରେ ତାପମାତ୍ରା ଏକଦମ୍ ଠିକ୍ ରହିଥାଏ । ଶୀତଦିନେ ଏହାର ଅଭ୍ୟନ୍ତରୀଣ ଉଷୁମ ରହୁଥିବାବେଳେ ଗରମ ଦିନେ ଏହା ଥଣ୍ଡା ରୁହେ । ତେବେ ଏଠାରେ ହୋଟେଲର ସବିଧା ନଥିବାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ବସବାସ କରୁଥିବା କେତେକ ଲୋକ ପର୍ଯ୍ୟଟକମାନଙ୍କୁ ମାଗଣାରେ ରହିବାର ସୁବିଧା ଯୋଗାଇଥାନ୍ତି ।