୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ

0

ଭୁବନେଶ୍ୱର , ୧୦/୧୨: ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଓ କଟକ ଜିଲା ଅବକାରୀ ଫ୍ଲାଇଂ ସ୍କ୍ବାଡ ଟିମ୍‌ ମିଳିତ ଭାବେ ଚଢାଉ କରି ୨ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ଖୋର୍ଦ୍ଧା ପୁରୁଜଙ୍ଗ ଅଞ୍ଚଳର ଟୁକୁନା ଦାସ ଓ ପ୍ରକାଶ ପ୍ରଧାନ। ଦୁହଁିଙ୍କଠାରୁ ୭୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୋଟିଏ ଅଟୋ ରିକ୍ସା(ଓଡି୦୨ଆର୍‌୧୮୯୬) ଓ ଏକ ବାଇକ୍‌(ଓଡି୦୨ଏଏଚ୍‌୪୫୮୮)କୁ ମଧ୍ୟ ଜବତ କରାଯାଇଛି। ଦୀର୍ଘଦିନ ଧରି ଉପରୋକ୍ତ ୨ ଅଭିଯୁକ୍ତ ଖଣ୍ଡଗିରି ଥାନା କୋଳଥିଆ ଓ ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗାର ବିକୁଥିବା ନେଇ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.