ମାତ୍ର ୭୨ ଟଙ୍କାରେ ବିଳାଶମୟ ଫ୍ଲାଟ୍ ମିଳୁଥିବାର ଯଦି କାହାକୁ କୁହାଯାଏ କେହିବି ଏହି କଥାକୁ ବିଶ୍ୱାସ କରିବେନି । ହେଲେ ଏପରି ସୁବିଧା ଇଟାଲୀର ଗାଙ୍ଗୀ ଅଞ୍ଚଳରେ ପାଇପାରିବେ । ତଥାପି ଏସବୁ ଘର କିଣିବା ପାଇଁ ଗ୍ରାହକ ମିଳୁନାହାନ୍ତି । ଏତେ ଶସ୍ତାରେ ଘର ମିଳିବା ସତ୍ତେ୍ୱ କେହି ଘର ନକିଣିବା କାରଣ ହେଉଛି ସେହି ଅଞ୍ଚଳ ଖୁବ୍ ବିପଦପୂର୍ଣ୍ଣ । ସୂଚନା ଅନୁଯାୟୀ ଯେଉଁମାନେ ଏହି ଅଞ୍ଚଳର ବାସିନ୍ଦା ପାଲଟିଥାନ୍ତି ସେମାନଙ୍କୁ ଚାକିରି ମିଳିନଥାଏ । ଏପରିକି ଏଠାରେ ବହୁତ ଅପରାଧୀ ପ୍ରକୃତିର ଲୋକ ଅନେକ ସମୟରେ ଅପହରଣ ଏବଂ ଲୁଟ୍ପାତ କରୁଥିବାର ଶୁଣିବାକୁ ମିଳେ । ତେଣୁ ଏସବୁ ଅସୁବିଧା ପାଇଁ କେହି ଏହି ଶସ୍ତା ଘର କିଣିବା ପାଇଁ ରାଜି ହୁଅନ୍ତି ନାହିଁ ।