ଫିନିଶ୍ କମ୍ପାନୀ ଏଚ୍ଏମ୍ଡି ଗ୍ଲୋବାଲ୍ ପେଣ୍ଟାଲେନ୍ସ୍ ବିଶିଷ୍ଟ ସ୍ମାର୍ଟଫୋନ୍ ନୋକିଆ ୯ ପିଓର୍ଭୁ୍ୟ ବହୁଦିନ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିଥିଲା । ତେବେ ଏହାର ସ୍ମାର୍ଟ ଦର ଓ ଫିଚରର ବିଶେଷ ବିବରଣୀ ଆସିସାରିଛି । ଏଥିରେ ୭ଟି କ୍ୟାମେରା,ସେଥିରୁ ୫ଟି ରିୟର ଓ ୨ଟି ଫ୍ରଣ୍ଟ କ୍ୟାମେରା ରହିଛି । ସୂଚନାନୁସାରେ, ଫୋନ୍ରେ ୮୪୫ ସ୍ନାପ୍ଡ୍ରାଗନ୍ ପ୍ରୋସେସର, ୬ଜିବି ଓ ୮ଜିବି ରାମ୍ ସହ ୧୨୮ ଜିବି , ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ କ୍ୟାପାସିଟି, ୬ ଇଞ୍ଚର ଡିସ୍ପ୍ଲେ,ରିୟରରେ ଦୁଇଟି ୧୬ ମେଗାପିକ୍ସେଲ, ଦୁଇଟି ୧୨ ମେଗାପିକ୍ସେଲ ଓ ଗୋଟିଏ ୮ ମେଗାପିକ୍ସେଲ କ୍ୟାମେରା ରହିଛି । ଏହା ସହ ଏଥିରେ ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । କୁହାଯାଉଛି ଯେ, ନୋକିଆର ଏହା ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ଏତେ ଗୁଡିଏ ଫିଚର ରହିଛି । ଫୋନ୍ଟିର ଦାମ୍ ୫୦ ହଜାରରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।